ଆନ୍ଦୋଳନରୁ ସୁଫଳ ମିଳିଲାନି, ଏବେ ରାସ୍ତା ପାଇଁ ପଦଯାତ୍ରା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ରିଙ୍ଗ ରୋଡ୍‌ ନିମନ୍ତେ ଆନ୍ଦୋଳନ ତେଜିବାରେ ଲାଗିଛି। ଏନେଇ ଗତକାଲି ନାଲଦାଠାରୁ ବଡ଼ବିଲ ସିଭିଲ ସୋସାଇଟି ନେତୃତ୍ୱରେ ଶତାଧିକ ବଡ଼ବିଲବାସୀ ଏକ ପଦଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।  ଏହି ପଦଯାତ୍ରାରେ ବଡ଼ବିଲ ଓ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଥିଲେ। ବଡ଼ବିଲ ସହର ମଧ୍ୟ ଦେଇ ପ୍ରତିଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍‌ ଯା’ ଆସ କରନ୍ତି । ରାସ୍ତା […]

keonjhar

Jyoshna Pradhan
  • Published: Tuesday, 19 November 2019
  • , Updated: 19 November 2019, 11:19 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ରିଙ୍ଗ ରୋଡ୍‌ ନିମନ୍ତେ ଆନ୍ଦୋଳନ ତେଜିବାରେ ଲାଗିଛି। ଏନେଇ ଗତକାଲି ନାଲଦାଠାରୁ ବଡ଼ବିଲ ସିଭିଲ ସୋସାଇଟି ନେତୃତ୍ୱରେ ଶତାଧିକ ବଡ଼ବିଲବାସୀ ଏକ ପଦଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।  ଏହି ପଦଯାତ୍ରାରେ ବଡ଼ବିଲ ଓ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଥିଲେ।

ବଡ଼ବିଲ ସହର ମଧ୍ୟ ଦେଇ ପ୍ରତିଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍‌ ଯା’ ଆସ କରନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଧୂଳି ଧୂଆଁରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଏଥିପାଇଁ ଅନେକ ଥର ଆନ୍ଦୋଳନ କରି ସୁଫଳ ନପାଇବାରୁ ଲୋକେ ଏବେ ରିଙ୍ଗ ରୋଡ ଦାବିରେ ପଦଯାତ୍ରା କରିଛନ୍ତି। ପୂର୍ବରୁ ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ସହିତ ୧୫ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ  ଶାନ୍ତିପୂର୍ଣ୍ଣ ଢଙ୍ଗରେ ପଦଯାତ୍ରା କରି ଆନ୍ଦୋଳନ ଆରମ୍ଭ କରାଯିବା ସହିତ ଧାରଣାରେ ବସିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସିଭିଲ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି।

Related story