କେନ୍ଦୁଝର: ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା

କେନ୍ଦୁଝର/ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଲହଣ୍ଡା ପାହାଡ ମୁଣ୍ଡାସାହିରେ ଗୁଣିଗାରେଡିକୁ କେନ୍ଦ୍ର କରି ବର୍ବର କାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ଆଦିବାସୀ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଏହି ପରିବାରର ଦୁଇଜଣ ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତକମାନେ ହେଲେ ଗୁର ମୁଣ୍ଡା (୩୫), ବୁଧୁନି ମୁଣ୍ଡା (୩୦),  ସମ୍ବାରି ମୁଣ୍ଡା (୧୨), କୁଶନାଥ ମୁଣ୍ଡା (୧୦), ନମିତା ମୁଣ୍ଡା (୩) […]

kjhar

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 10:03 AM IST

କେନ୍ଦୁଝର/ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଲହଣ୍ଡା ପାହାଡ ମୁଣ୍ଡାସାହିରେ ଗୁଣିଗାରେଡିକୁ କେନ୍ଦ୍ର କରି ବର୍ବର କାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ଆଦିବାସୀ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଏହି ପରିବାରର ଦୁଇଜଣ ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତକମାନେ ହେଲେ ଗୁର ମୁଣ୍ଡା (୩୫), ବୁଧୁନି ମୁଣ୍ଡା (୩୦),  ସମ୍ବାରି ମୁଣ୍ଡା (୧୨), କୁଶନାଥ ମୁଣ୍ଡା (୧୦), ନମିତା ମୁଣ୍ଡା (୩) ଓ ସୁନୀଲ ମୁଣ୍ଡା (୧୬) । ସେହିପରି ଆହତମାନେ ହେଲେ ଗନିତ ମୁଣ୍ଡା (୧୮) ଶମ୍ଭୁ ମୁଣ୍ଡା (୯)। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।

ଗୁରୁତରଙ୍କଠାରୁ ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏହି ପରିବାର ସଦସ୍ୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଖବର ପାଇବା ପରେ ପୋଲିସ ମୁଣ୍ଡାସାହିରେ ପହଞ୍ଚି ଥିବା ଏସପି କହିଛନ୍ତି।

ଡିଜି ସଞ୍ଜୀବ ମାରିକ କହିଛନ୍ତି ଯେ ଏହି ଘଟଣା ରେଡ୍ ଫ୍ଲାଗ୍ କାଟାଗୋରୀରେ ଯାଉଛି। କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରିବ।

Related story