ଖଦି ଓ ଗ୍ରାମଦ୍ୟୋଗ ଆୟୋଗ କ୍ୟାଲେଣ୍ଡରରେ ଗାନ୍ଧୀଙ୍କ ସ୍ଥାନରେ ମୋଦିଙ୍କ ଫଟୋକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର: ଖଦି ଓ ଗ୍ରାମଦ୍ୟୋଗ ଆୟୋଗ କ୍ୟାଲେଣ୍ଡରରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପ୍ରକାଶକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ ଖଦି ଓ ଗ୍ରାମଦ୍ୟୋଗ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପୂର୍ବରୁ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଏକ ବାଇକ ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ବାହାରି ଆୟୋଗଙ୍କ ପର୍ଯ୍ୟନ୍ତ ଯାଇଥିଲା। ପରେ ଛାତ୍ର କଂଗ୍ରେସ କର୍ମୀମାନେ […]

congress

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 09:34 PM IST

ଭୁବନେଶ୍ୱର: ଖଦି ଓ ଗ୍ରାମଦ୍ୟୋଗ ଆୟୋଗ କ୍ୟାଲେଣ୍ଡରରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପ୍ରକାଶକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ ଖଦି ଓ ଗ୍ରାମଦ୍ୟୋଗ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିକ୍ଷୋଭ ପୂର୍ବରୁ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଏକ ବାଇକ ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ବାହାରି ଆୟୋଗଙ୍କ ପର୍ଯ୍ୟନ୍ତ ଯାଇଥିଲା। ପରେ ଛାତ୍ର କଂଗ୍ରେସ କର୍ମୀମାନେ ଆୟୋଗଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଫଳରେ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Related story