ଖଡ଼ିଆଳ: ମାର୍କେଟ କଂପ୍ଲେକ୍ସ ଏବେ ଭୂତକୋଠି

ନୂଆପଡ଼ା: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିରେ ତିଆରି କରାଯାଇଛି ଏକ ମାର୍କେଟ‌୍‍ କଂପ୍ଲେକ୍ସ। ନିର୍ମାଣ ହେବାର ୮ ବର୍ଷ ବିତି ଯାଇଥିଲେ ବି ବ୍ୟବହାର ହୋଇପାରି ନଥିବାରୁ ଏହା ଏବେ ଭୂତକୋଠିରେ ପରିଣତ ହୋଇଗଲାଣି। ଯୋଜନାବଦ୍ଧ ଭାବେ ଏହାକୁ ନିର୍ମାଣ କରାଯାଇନଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏନଏସି କର୍ତ୍ତୃପକ୍ଷ କହୁଛନ୍ତି ମରାମତି କରାଯାଇ ଖୁବଶୀଘ୍ର ଦୋକାନଘରଗୁଡ଼ିକୁ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଦିଆଯିବ।

nuapada

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 02:16 AM IST

ନୂଆପଡ଼ା: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିରେ ତିଆରି କରାଯାଇଛି ଏକ ମାର୍କେଟ‌୍‍ କଂପ୍ଲେକ୍ସ। ନିର୍ମାଣ ହେବାର ୮ ବର୍ଷ ବିତି ଯାଇଥିଲେ ବି ବ୍ୟବହାର ହୋଇପାରି ନଥିବାରୁ ଏହା ଏବେ ଭୂତକୋଠିରେ ପରିଣତ ହୋଇଗଲାଣି। ଯୋଜନାବଦ୍ଧ ଭାବେ ଏହାକୁ ନିର୍ମାଣ କରାଯାଇନଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏନଏସି କର୍ତ୍ତୃପକ୍ଷ କହୁଛନ୍ତି ମରାମତି କରାଯାଇ ଖୁବଶୀଘ୍ର ଦୋକାନଘରଗୁଡ଼ିକୁ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଦିଆଯିବ।

ଖଡ଼ିଆଳ ବିଜ୍ଞାପିତ ପରିଷଦ ତରଫରୁ ୨୦୦୭ରେ ଆଇଡିଏସଏମଟି ଯୋଜନାରେ ସାପ୍ତାହିକ ଗୋରୁ ବଜାର ନିକଟରେ ଏହି ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏଥିରେ ମୋଟ ୧୬ଟି ଦୋକାନ ଗୃହ ରହିଛି। ଏହା ସହିତ ଏଥିରେ ଉଠାଦୋକାନୀମାନଙ୍କ ପାଇଁ ସେଡ‌୍‍ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣ ହେବାର ୮ ବର୍ଷ ପରେ ବି ଏହି ମାର୍କେଟ କଂପ୍ଲେକ୍ସ ବ୍ୟବହୃତ ହୋଇପାରିନାହିଁ। ପୁଣି ଏହା ଏବେ ଭାଙ୍ଗିରୁଜି ଗଲାଣି ଓ ଗୋଟେ ଭୂତକୋଠିରେ ପରିଣତ ହୋଇଗଲାଣି। ସ୍ଥାନୀୟ ବାସିନ୍ଦା ବାଳକୃଷ୍ଣ ଶବର ଓ ସୁଶାନ୍ତ କୁମାର ବିଶି କହିଛନ୍ତି ଯେ ଭୂତକୋଠିରେ ପରିଣତ ହୋଇଥିବା ଏହି ମାର୍କେଟ କଂପ୍ଲେକ୍ସଟି କିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ଏନଏସି କର୍ତ୍ତୃପକ୍ଷ ଏହାକୁ ବ୍ୟବହାର ଉପଯୋଗୀ କରିପାରିଲେ ବହୁ ବେକାର ଯୁବକଯୁବତୀ ଆତ୍ମନିଯୁକ୍ତି ପାଇ ପାରନ୍ତେ।

ଅନ୍ୟପକ୍ଷରେ ଖଡ଼ିଆଳ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷବଚ୍ଚ ଦାସ ଠାକୁର କହିଛନ୍ତି ଯେ ଏହି ମାର୍କେଟ କଂପ୍ଲେକ୍ସ କିଛି ଦୋକାନ ଗୃହ କେତେ ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି। କିନ୍ତୁ ସେମାନେ ଦୋକାନ ଖୋଲି ନାହାନ୍ତି। ଭାଙ୍ଗିରୁଜି ଯାଇଥିବା ଦୋକାନ ଗୃହଗୁଡ଼ିକର ମରାମତି କରାଯିବ ଓ ଯିଏ ଏଗୁଡ଼ିକୁ ନେବା ପାଇଁ ଆବେଦନ କରିବେ ସେମାନଙ୍କୁ ଦିଆଯିବ।

Related story