ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ଏ ବର୍ଷଠୁ ଯୁକ୍ତ ତିନି ଓ ପିଜିରେ ନାମ ଲେଖା

ବ୍ରହ୍ମପୁର: ଖଲିକୋଟ କ୍ଲଷ୍ଟର  ବିଶ୍ୱ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ ଯୁକ୍ତ ତିନି ଓ ପିଜିରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ସହ ଖଲିକୋଟ କଲେଜର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଖଲିକୋଟ କଲେଜର ଅଧ୍ୟକ୍ଷ ଡ଼ ରାଧାନାଥ ରଥ ଏହି ନୂତନ ବିଶ୍ୱବିଦ୍ୟାଳୟର କୁଳ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମନ୍ମଥ ପାଢି ଅଫିସର ଅନ୍ ସ୍ପଶାଲ୍ […]

khalikota1

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 10:35 AM IST

ବ୍ରହ୍ମପୁର: ଖଲିକୋଟ କ୍ଲଷ୍ଟର  ବିଶ୍ୱ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ ଯୁକ୍ତ ତିନି ଓ ପିଜିରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ସହ ଖଲିକୋଟ କଲେଜର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଖଲିକୋଟ କଲେଜର ଅଧ୍ୟକ୍ଷ ଡ଼ ରାଧାନାଥ ରଥ ଏହି ନୂତନ ବିଶ୍ୱବିଦ୍ୟାଳୟର କୁଳ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମନ୍ମଥ ପାଢି ଅଫିସର ଅନ୍ ସ୍ପଶାଲ୍ ଡ୍ୟୁଟି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଖଲିକୋଟ କଲେଜ ସମେତ ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ମହାବିଦ୍ୟାଳୟ ଏଥିରେ ସାମିଲ୍ ରହିଛି।  ଆସନ୍ତା ୧୫ ତାରିଖରୁ ଇ-ଆଡ଼ମିଶନ କରାଯିବ। ଏଣୁ ଏନେଇ ସମସ୍ତ କଲେଜର ଅଧ୍ୟକ୍ଷ ମାନଙ୍କୁ ନେଇ ବସିଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଓଏସଡି ପ୍ରଫେସର ମନ୍ମଥ ପାଢି ସୂଚନା ଦେଇଛନ୍ତି।

Related story