ପୁଲିସ କମିଶନରଙ୍କ ଚେତବନୀ ସତ୍ତ୍ୱେ ଦାଦାବଟି ମାଗି ୪ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ଦାଦାବଟି ମାଗିଲେ ତଡିପାରର ଧମକ ଦେଇଥିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହା ସତ୍ତ୍ୱେ ଆଜି ରାଜଧାନୀ ଭୁବନେଶ୍ୱରରୁ ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଦାଦା ବଟି ଆଦାୟ କରୁଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ ବେହେରା, ସୌମ୍ୟ ରଞ୍ଜିନ ସ୍ୱାଇଁ, ଭରତ ପ୍ରଧାନ ଓ ରାୟଗଡ଼ାର ଅଶୋକ ସ୍ୱାଇଁ। […]

arrest

Manoranjan Sial
  • Published: Saturday, 17 October 2020
  • , Updated: 17 October 2020, 10:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ଦାଦାବଟି ମାଗିଲେ ତଡିପାରର ଧମକ ଦେଇଥିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହା ସତ୍ତ୍ୱେ ଆଜି ରାଜଧାନୀ ଭୁବନେଶ୍ୱରରୁ ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଦାଦା ବଟି ଆଦାୟ କରୁଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ ବେହେରା, ସୌମ୍ୟ ରଞ୍ଜିନ ସ୍ୱାଇଁ, ଭରତ ପ୍ରଧାନ ଓ ରାୟଗଡ଼ାର ଅଶୋକ ସ୍ୱାଇଁ। ସେମାନଙ୍କ ନିକଟରୁ ୧ ଲକ୍ଷ ଚାରି ହଜାର ଟଙ୍କା ସହ ୫ଟି ମୋବାଇଲ ଓ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିଛି କମିଶନରେଟ ପୁଲିସ।

ସେପଟେ ଆଜି କଟକ ମଙ୍ଗଳାବାଗ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ଘର ରାଣୀହାଟ ଗୋପାଳସାହିରେ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ବଜ୍ରକବାଟି ମାଳିସାହି ଅଞ୍ଚଳର କୁଞ୍ଜବିହାରୀ ଧୀର ନାମକ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି।

Related story