ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ତଥା ଯୁବ ଔଷଧ ବ୍ୟବସାୟୀ ପ୍ରଦୀପ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁର ୪ ଦିନ ପରେ ବି ଏହାର ରହସ୍ୟ ପର୍ଦ୍ଦାଫାସ କରିବାରେ ବିଫଳ ହୋଇଛି ପୁଲିସ୍। ପ୍ରତିବାଦରେ ଖଣ୍ଡହତା ପଞ୍ଚାୟତବାସୀ ଆଜି ଖଣ୍ଡହତା ବନ୍ଦ ଡାକରା ଦେଇଛନ୍ତି । ଏଥିଯୋଗୁ ଦୋକାନା ବଜାର, ସ୍କୁଲ , କଲେଜ ବନ୍ଦ ରହିଛି।
ଗତ ୧୯ତାରିଖ ରାତି ପ୍ରାୟ ୧୦ଟା ବେଳେ ପ୍ରଦୀପ ଔଷଧ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ। ମାତ୍ର ରାତି ୧୨ଟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଘର ନିକଟ ଏକ ଜଙ୍ଗଲିଆ ରାସ୍ତାରେ ବାଇକ୍ ସହ ପ୍ରଦୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଦୀପଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଯଥାଶୀଘ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବାକୁ ଖଣ୍ଡହତା ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ ସୁବଳୟା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।