ଦୁଇ ଘଣ୍ଟା ଧରି ହେଲା ମାନସମନ୍ଥନ, ବାହାରି ପାରିଲାନି ନିଷ୍କର୍ସ

ଆଳି(ବନମାଳି ସାହୁ): ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା ମାନସମନ୍ଥନ। ହେଲେ ବାହାରି ପାରିଲାନି ନିଷ୍କର୍ସ। ତେବେ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣକୁ ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି ବିରୋଧ କରିଛି। ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ […]

ali

Manoranjan Sial
  • Published: Tuesday, 01 December 2020
  • , Updated: 01 December 2020, 05:34 PM IST

ଆଳି(ବନମାଳି ସାହୁ): ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା ମାନସମନ୍ଥନ। ହେଲେ ବାହାରି ପାରିଲାନି ନିଷ୍କର୍ସ। ତେବେ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣକୁ ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି ବିରୋଧ କରିଛି।

ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏଥିରେ ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ଦିଗରୁ ଆରମ୍ଭ କରିଥିଲା।

ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି କହିଥିଲା ଯେ, ପ୍ରଥମେ ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଉ। ଆଳି ଓ ରାଜକନିକାର ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଉ। ତା’ପରେ ଭଦ୍ରକ ଜିଲ୍ଲାକୁ ପାଣିଦିଆଯିବା କଥା ଚିନ୍ତା କରାଯାଉ ବୋଲି ସମିତି ଦାବି କରିଥିଲା। ତେବେ ଜିଲାପ୍ରଶାସନ ଭଦ୍ରକ ଜିଲ୍ଲାକୁ ପାଣି ପାଇଁ ମେଗାପାନୀୟ ପ୍ରକଳ୍ପ କାମ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣକୁ ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି ବିରୋଧ କରିଥିଲା।

ଏଥିପାଇଁ ଜିଲ୍ଲାପ୍ରଶାସନଠାରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ୭ ଦିନ ସମୟ ନେଇଛି। ୭ ଦିନ ପରେ ସେମାନେ ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି ସଂଗ୍ରାମ ସମିତିର ସଭାପତି କହିଛନ୍ତି। ଦୀର୍ଘଦିନ ଖରସ୍ରୋତାନଦୀରେ ହେବାକୁ ଥିବା ମେଗାପାନୀୟ ଜଳପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ଆଉ ଏହି ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି।

Related story