ଖରିଆର ଡିଏଫ୍‌ଓଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗିରଫ ହୋଇ ଜେଲ୍‌ରେ ଥିବା ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ୩ ଦିନ ରିମାଣ୍ଡରେ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ବିଭାଗ ପକ୍ଷରୁ ଏହି ଆବେଦନ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨୬ ତାରିଖରେ ଶରତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର ଅଫିସ୍‌, ଭୁବନେଶ୍ୱରର ଗୌରୀ ନଗରସ୍ଥିତ ବାସଭବନ ଓ […]

dfo

Rakesh Mallick
  • Published: Monday, 27 February 2017
  • , Updated: 28 February 2017, 09:37 AM IST

ଭୁବନେଶ୍ୱର: ଗିରଫ ହୋଇ ଜେଲ୍‌ରେ ଥିବା ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ୩ ଦିନ ରିମାଣ୍ଡରେ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ବିଭାଗ ପକ୍ଷରୁ ଏହି ଆବେଦନ କରାଯାଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨୬ ତାରିଖରେ ଶରତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର ଅଫିସ୍‌, ଭୁବନେଶ୍ୱରର ଗୌରୀ ନଗରସ୍ଥିତ ବାସଭବନ ଓ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ପରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ସଂପତ୍ତି ଥିବା ଜଣାପଡ଼ିଥିଲା। ଶରତଙ୍କ ଖରିଆର ଅଫିସ୍‌ରୁ ନଗଦ ୬ ଲକ୍ଷ ଟଙ୍କାର ନୂଆ ନୋଟ୍ ଜବତ କରାଯାଇଥିଲା। ତାଙ୍କର ଭୁବନେଶ୍ୱର ସ୍ଥିତ ଗୌରୀନଗରରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ରହିଥିବା ବେଳେ ଗୌତମ ନଗରରେ ଏକ ପ୍ଲଟ୍ ମଧ୍ୟ ରହିଛି।

Related story