ଚିନ୍ତା ବଢ଼ାଇଲା ଖଟବିନ ସାହି , ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ (ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲା କଟକ ସହରର ଖଟବିନ ସାହି। ଏହି ସାହିରୁ ଆଜି ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପିଲା, ୧୪ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି। ଏମାନଙ୍କୁ ଏବେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କଟକ ମହାନଗର ନିଗମ(ସିମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। #COVID19 update in Cuttack city (CMC area) Out of the 57 new […]

cuttack

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 05:07 PM IST

କଟକ (ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲା କଟକ ସହରର ଖଟବିନ ସାହି। ଏହି ସାହିରୁ ଆଜି ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପିଲା, ୧୪ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି। ଏମାନଙ୍କୁ ଏବେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କଟକ ମହାନଗର ନିଗମ(ସିମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

https://twitter.com/CMCCuttack/status/1285886945592094720?s=20

ଆଜି କଟକ ଜିଲ୍ଲାରୁ ୫୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ସିଏମ୍‌ସି ଅଞ୍ଚଳରୁ ୫୪ ‘କରୋନା’ ଆକ୍ରାନ୍ତ ଅଛନ୍ତି। ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮, ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ୧ ଚିହ୍ନଟ ହୋଇଛନ୍ତି। ୫୪ ଆକ୍ରାନ୍ତଙ୍କ ଭିତରୁ ୧୧ ସରକାରୀ କ୍ୱାରେଣ୍ଟାଇନ୍‌, ୪୧ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୨ ଲୋକାଲ୍‌ କେସ୍‌।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୪୫୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story