ଖୋର୍ଦ୍ଧାରେ ରଥଯାତ୍ରା ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜାଗୁଳେଇପାଟଣାରେ ପୂଜା ପାଉଥିବା ପୂର୍ଣ୍ଣାବୟବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ସମାପନ ହେବାପରେ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ହୋଇଥିଲା। ଅପରାହ୍ନ ୨ଟାରେ ଶ୍ରୀବିଗ୍ରହ ମାନଙ୍କର ଗୋଟି ପହଣ୍ଡି କରାଯିବା ପରେ ୩ଟାରେ ରଥ ଛେରାପହଁରା ହୋଇଥିଲା। ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି ଧ୍ୱନୀରେ ଶ୍ରୀଜିଉଙ୍କୁ […]

rathajatra

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 05:45 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜାଗୁଳେଇପାଟଣାରେ ପୂଜା ପାଉଥିବା ପୂର୍ଣ୍ଣାବୟବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ସମାପନ ହେବାପରେ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ହୋଇଥିଲା। ଅପରାହ୍ନ ୨ଟାରେ ଶ୍ରୀବିଗ୍ରହ ମାନଙ୍କର ଗୋଟି ପହଣ୍ଡି କରାଯିବା ପରେ ୩ଟାରେ ରଥ ଛେରାପହଁରା ହୋଇଥିଲା। ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି ଧ୍ୱନୀରେ ଶ୍ରୀଜିଉଙ୍କୁ ମାଉସୀମାଙ୍କ ମନ୍ଦିର ଆଡକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ। ମନ୍ଦିର ପରିଚାଳନା କମିଟି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ସମେତ ବିଭିନ୍ନ ସଂଗଠନର ସହଯୋଗରେ ଏହି ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।

Related story