ଖୋର୍ଦ୍ଧା: ଜଙ୍ଗଲରେ ପଡ଼ିଥିବା କୁଢ଼ କୁଢ଼ ଔଷଧ ଜବତ

ଖୋର୍ଦ୍ଧା: ବେଗୁନିଆ କଡ଼ବ ଜଙ୍ଗଲରୁ କୁଢ଼ କୁଢ଼ ଆଇରନ୍‌ ସିରପ୍‌, ଫଲିକ ଏସିଡ଼ ଟାବଲେଟ୍‌ ଜବତ କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଏଗୁଡିକୁ ଜବତ କରିଛନ୍ତି। ଶିଶୁଙ୍କଠାରେ ରକ୍ତହୀନତାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଏହି ଔଷଧ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଯୋଗାଣ ହୋଇଥାଏ। ପ୍ରାୟ ହଜାରେ ବୋତଲ ଆଇରନ୍‌ ସିରପ୍‌ ଓ ହଜାରେରୁ ଅଧିକ ଫୋଲିକ ଏସିଡ଼ ଟାବଲେଟ୍‌ ଷ୍ଟ୍ରିପ୍‌ ଜବତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]

khordha

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 09:00 PM IST

ଖୋର୍ଦ୍ଧା: ବେଗୁନିଆ କଡ଼ବ ଜଙ୍ଗଲରୁ କୁଢ଼ କୁଢ଼ ଆଇରନ୍‌ ସିରପ୍‌, ଫଲିକ ଏସିଡ଼ ଟାବଲେଟ୍‌ ଜବତ କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଏଗୁଡିକୁ ଜବତ କରିଛନ୍ତି। ଶିଶୁଙ୍କଠାରେ ରକ୍ତହୀନତାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଏହି ଔଷଧ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଯୋଗାଣ ହୋଇଥାଏ।

ପ୍ରାୟ ହଜାରେ ବୋତଲ ଆଇରନ୍‌ ସିରପ୍‌ ଓ ହଜାରେରୁ ଅଧିକ ଫୋଲିକ ଏସିଡ଼ ଟାବଲେଟ୍‌ ଷ୍ଟ୍ରିପ୍‌ ଜବତ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିସିନର ବ୍ୟାଚ୍‌ ନମ୍ବର ଓ ତାରିଖ ଯାଞ୍ଚ ବେଳେ ଏହି ଔଷଧର ଏକ୍ସପାଇରୀ ସମୟ ଯାଇ ନ ଥିବା ଜଣାପଡିଛି।

ସ୍ଥାନୀୟ ବାସିନ୍ଦା ପ୍ରଦୀପ ବଳିୟାର ସିଂ କହିଛନ୍ତି, “ଜଙ୍ଗଲ ପାଖରେ ଆମର ଜମି ଅଛି। ସେଠାକୁ ଆସିଥିବା ବେଳେ ଏହି ମେଡିସିନ ଫିଙ୍ଗା ଯାଇଥିବା ଦେଖିବାକୁ ପାଇଥିଲୁ। ଜଣେ ଫାର୍ମାସିଷ୍ଟଙ୍କୁ ଡାକି ଦେଖାଇବା ପରେ ଶିଶୁମାନଙ୍କୁ ଏହି ମେଡିସିନ ଦିଆଯାଇଥାଏ ବୋଲି ସେ କହିଥିଲେ। ଏହା ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ।”

ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କବିରାଜ ସାମନ୍ତରାୟ କହିଛନ୍ତି, “ଅଧ ଟ୍ରକ୍‌ ପାଖାପାଖି ଔଷଧ ହେବ। ଏହାର ଏକ୍ସପାଇରୀ ସମୟ ମଧ୍ୟ ଯାଇନାହିଁ। ଶିଶୁମାନଙ୍କୁ ଏହି ମେଡିସିନ ଦିଆ ନ ଯାଇ କାହିଁକି ଏମିତି କାହିଁକି ଫିଙ୍ଗା ଯାଇଛି ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ରଜନୀକାନ୍ତ ଦାସ କହିଛନ୍ତି, “ଗୋଟିଏ ସିରପ୍‌ର ଏକ୍ସପାଇରୀ ଯାଇଥିବା ବେଳେ ଅନ୍ୟଗୁଡିକର ଡିସେମ୍ବର ପର୍ଯ୍ୟନ୍ତ ସମୟ ଅଛି। ଯେଉଁ ଟାବଲେଟ୍‌ ଫିଙ୍ଗା ଯାଇଛି ତାହା ସ୍କୁଲ ପିଲାଙ୍କ ପାଇଁ ଯୋଗାଣ ହୋଇଥାଏ। ଔଷଧ ଜବତ କରିଛୁ। ଏହା ଆମ ଜିଲ୍ଲା ପାଇଁ ଇସ୍ୟୁ ହୋଇଛି କି ନାହିଁ ତଦନ୍ତ କରିବା ପରେ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ।”

Related story