ଖୋର୍ଦ୍ଧା: କୋଶଳାଶୁଣୀ ଜଙ୍ଗଲରୁ ଉଦ୍ଧାର ମୃତଦେହ ଚିହ୍ନଟକୁ ନେଇ ବିବାଦ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୋଶଳାଶୁଣୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଦୁଇଟି ମୃତଦେହର ପରିଚୟକୁ ନେଇ ଏବେ ବିବାଦ ଦେଖାଦେଇଛି। ସୋମବାର କୋଶଳାଶୁଣୀ ଜଙ୍ଗଲରୁ ଜଣେ ମହିଳା ଏବଂ ଶିଶୁପୁତ୍ରର ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ଏକ ପରିବାର ମୃତା ମହିଳା ତାଙ୍କ ଝିଅ ଓ ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି । ଅନ୍ୟପକ୍ଷେ ସମ୍ପୃକ୍ତ ପରିବାର ଝିଅକୁ ବାହା ଦେଇଥିବା ଘରର ଲୋକେ ଏହା ତାଙ୍କ ବୋହୂ କି ନାତିର ମୃତଦେହ ନୁହେଁ ବୋଲି […]

khoda

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 03:12 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୋଶଳାଶୁଣୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଦୁଇଟି ମୃତଦେହର ପରିଚୟକୁ ନେଇ ଏବେ ବିବାଦ ଦେଖାଦେଇଛି। ସୋମବାର କୋଶଳାଶୁଣୀ ଜଙ୍ଗଲରୁ ଜଣେ ମହିଳା ଏବଂ ଶିଶୁପୁତ୍ରର ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ଏକ ପରିବାର ମୃତା ମହିଳା ତାଙ୍କ ଝିଅ ଓ ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି । ଅନ୍ୟପକ୍ଷେ ସମ୍ପୃକ୍ତ ପରିବାର ଝିଅକୁ ବାହା ଦେଇଥିବା ଘରର ଲୋକେ ଏହା ତାଙ୍କ ବୋହୂ କି ନାତିର ମୃତଦେହ ନୁହେଁ ବୋଲି କହିଛନ୍ତି । ଏହାକୁ ନେଇ ପୋଲିସ ଏବେ ଦ୍ୱନ୍ଦରେ ପଡିଥିବା ବେଳେ ମୃତକଙ୍କ ପରିଚୟ ଜାଣିବାକୁ ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ଏହି ମୃତଦେହ ଦୁଇଟିକୁ ସଂରକ୍ଷିତ କରି ରଖାଯାଇଛି । ସେପଟେ ମୃତ ମହିଳାଙ୍କ ପରିବାର ଲୋକେ ବେଗୁନିଆ ଥାନାରେ ଝିଅ ଓ ନାତିକୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଲିଖିତ ଏତଲା ଦେଇଛନ୍ତି ।

Related story