ଖୋର୍ଦ୍ଧା: ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ରୁ ଅଧିକ ମୟୂରର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ରୁ ଅଧିକ ମୟୂରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୟୂର ମୃତ୍ୟୁ ସୂଚନା ପାଇ ଚନ୍ଦକା ମିନସିଂପାଟଣା ରେଞ୍ଜ ଅଧିକାରୀ ଓ ଖୋର୍ଦ୍ଧା ରେଞ୍ଜର ଅଧିକାରୀମାନେ ଜଙ୍ଗଲରେ ପହଞ୍ଚି ଖୋଳତାଡ଼ କରୁଛନ୍ତି। କେବଳ ମୟୂର ନୁହେଁ ଗୋଟେ କାଉ ଓ ଗୋଟିଏ ବଗର ମୃତଦେହ ମଧ୍ୟ ମିଳିଛି। ମୟୂର ଗୁଡିକୁ ଫ୍ଲୁ ହୋଇଥାଇପାରେ ନଚେତ୍ ବିଷ ଦିଆଯାଇ ମରାଯାଇଥିବା ସନ୍ଦେହ କରାଯାଉଛି। ଏତେ ସଂଖ୍ୟାରେ ମୟୂର ମରିବାର କାରଣ ଜଣାପଡିନାହିଁ। ବନ ବିଭାଗ […]

khorda-maura

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 12:47 PM IST

ଖୋର୍ଦ୍ଧା: ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ରୁ ଅଧିକ ମୟୂରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୟୂର ମୃତ୍ୟୁ ସୂଚନା ପାଇ ଚନ୍ଦକା ମିନସିଂପାଟଣା ରେଞ୍ଜ ଅଧିକାରୀ ଓ ଖୋର୍ଦ୍ଧା ରେଞ୍ଜର ଅଧିକାରୀମାନେ ଜଙ୍ଗଲରେ ପହଞ୍ଚି ଖୋଳତାଡ଼ କରୁଛନ୍ତି। କେବଳ ମୟୂର ନୁହେଁ ଗୋଟେ କାଉ ଓ ଗୋଟିଏ ବଗର ମୃତଦେହ ମଧ୍ୟ ମିଳିଛି। ମୟୂର ଗୁଡିକୁ ଫ୍ଲୁ ହୋଇଥାଇପାରେ ନଚେତ୍ ବିଷ ଦିଆଯାଇ ମରାଯାଇଥିବା ସନ୍ଦେହ କରାଯାଉଛି। ଏତେ ସଂଖ୍ୟାରେ ମୟୂର ମରିବାର କାରଣ ଜଣାପଡିନାହିଁ। ବନ ବିଭାଗ ପକ୍ଷରୁ ମୃତ ମୟୂର ଗୁଡିକୁ ପରୀକ୍ଷା ଲାଗି ଓୟୁଏଟିକୁ ପଠାଯାଇଛି।

ଏହି ଅଞ୍ଚଳରେ ୪୦୦ରୁ ଅଧିକ ମୟୂର ଅଛନ୍ତି। ସକାଳ ଓ ସନ୍ଧ୍ୟା ସମୟରେ ମୟୂର ଗୁଡିକ ଜଙ୍ଗଲରୁ ବାହାରକୁ ଆସିଥାନ୍ତି। ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିଥାନ୍ତି। ତେବେ ଏବେ ଜଙ୍ଗଲରେ ମୟୂର ଅଛନ୍ତି ନା ମରିଗଲେଣି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି, କୌଣସି କାରଣରୁ କିଛି ମୟୂର ମରିଛନ୍ତି। ତେବେ ଜଙ୍ଗଲରେ ଏବେ ବି ବହୁ ମୟୂର ଅଛନ୍ତି। ଜଣେ ବନ କର୍ମଚାରୀ କହିଛନ୍ତି, ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ କିଛି ମୟୂର ବୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ମୃତ ମୟୂର ପଡିଥିବା ସ୍ଥାନକୁ ଯିବା ପରେ ସେମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ।

ସେହିପରି ବାର୍ଡ ଫ୍ଲୁ ସମ୍ପର୍କରେ ଅନୁଧ୍ୟାନ ଲାଗି ମୃତ ମୟୂରଙ୍କ ଦେହରୁ ନମୁନା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯିବ। ଘଟଣାର ଅଧିକ ଅନୁଧ୍ୟାନ ପାଇଁ ଓୟୁଏଟିର ଏକ ଡାକ୍ତରୀ ଟିମ୍ ଓ ବିଶେଷଜ୍ଞ ଦଳ ଆସନ୍ତାକାଲି ମଧୁପୁର ଯିବେ ବୋଲି ଜଣାପଡିଛି।

Related story