Advertisment

Stop Rape: ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ହାଇଦ୍ରାବାଦରେ ଜଣେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ୱାମୀ ହାଇଦ୍ରାବାଦର ପେଟବାଶୀରାବାଦର କୋମପାଲି ଅଞ୍ଚଳରେ ଥିବା ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ କାମ କରନ୍ତି।

Stop Rape

Stop Rape

Advertisment

ହାଇଦ୍ରାବାଦରେ ଜଣେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ହାଇଦ୍ରାବାଦର ପେଟବାଶୀରାବାଦର କୋମପାଲି ଅଞ୍ଚଳରେ ଘଟିଥିବା ବେଳେ ତାଙ୍କ ମା’ ଖୋର୍ଦ୍ଧା ଜିଲ୍ଲା ଭରତପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି। 

Advertisment

ମୃତ ମହିଳାଙ୍କ ଘର ଭରତପୁର ଥାନା ଅଞ୍ଚଳରେ। ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ହାଇଦ୍ରାବାଦର ପେଟବାଶୀରାବାଦର କୋମପାଲି ଅଞ୍ଚଳରେ ଥିବା ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ କାମ କରନ୍ତି। 

ଏତଲାରେ ଉଲ୍ଲେଖ କରାଯାଇଛି ଯେ, ୬ ମାସ ତଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ପାଖକୁ ଯାଇଥିଲେ। ସାଙ୍ଗରେ ତାଙ୍କର ୪ ବର୍ଷର ପୁଅ ବି ଯାଇଥିଲା। ମହିଳା ଜଣଙ୍କ କମ୍ପାନୀର ଲେବର କ୍ରେଚ୍ ସେଣ୍ଟରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Advertisment

ଗତ ୧୧ ତାରିଖରେ ତାଙ୍କ ସ୍ୱାମୀ ୪ ବର୍ଷର ପୁଅକୁ ଧରି ଓଡ଼ିଶା ଆସିଥିଲେ। ସେ ପାସ୍‌ପୋର୍ଟ ଆବେଦନ କରିବା ପାଇଁ ଆସିଥିଲେ। କିନ୍ତୁ ଗତକାଲି ଖବର ଆସିଥିଲା ଯେ ତାଙ୍କୁ କେହି ଦୁଷ୍କର୍ମ କରି ହତ୍ୟା କରି ଦେଇଛନ୍ତି। 

ସେଠାକାର କିଛି ଲୋକଙ୍କ କହିବା ଅନୁଯାୟୀ, ଉକ୍ତ କମ୍ପାନୀର ଇନ୍‌ଚାର୍ଜ ଏହି ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛନ୍ତି। ଝିଅ ବାଥ୍‌ରୁମ୍‌କୁ ଯାଇଥିବା ବେଳେ ସେ ଘରେ ପଶି ତା’ ରୁମ୍‌ର ଖଟ ତଳେ ଲୁଚି ରହିଥିଲା। ପରେ ଝିଅକୁ ଦୁଷ୍କର୍ମ କରି ମାରି ଦେଇଛି ବୋଲି ଏଫଆଇଆରରେ ମହିଳାଙ୍କ ମା’ ଉଲ୍ଲେଖ କରିଛନ୍ତି।

ଏହି ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀକୁ ସାମ୍ନାକୁ ଆଣିବାକୁ ମୃତ ମହିଳାଙ୍କ ମା’ ଦାବି କରିଛନ୍ତି। ଅନ୍ୟପକ୍ଷରେ ଖବର ପାଇବା ମାତ୍ରେ ମୃତ ମହିଳାଙ୍କ ସ୍ୱାମୀ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ପୁଲିସ ତଦନ୍ତ ପରେ ଘଟଣା ସଂପର୍କରେ ସବିଶେଷ ସୂଚନା ମିଳିବ।  

ସୂଚନାଯୋଗ୍ୟ, କିଛି ଦିନ ତଳେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚହଳ ପକାଇଥିବା ବେଳେ ପୁଲିସ ପୀଡ଼ିତାଙ୍କ ବୟଫ୍ରେଣ୍ଡ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ପ୍ରଥମେ ଏହା ଏକ ଗଣଦୁଷ୍କର୍ମ ବୋଲି କୁହାଯାଇଥିଲା। କିନ୍ତୁ ପୀଡ଼ିତା ବୟାନ ଦେବା ପରେ ଏହା ଏକ ଦୁଷ୍କର୍ମ ଘଟଣା ବୋଲି ଜଣାପଡ଼ିଥିଲା। ତେବେ ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ କିଏ ଦୁଷ୍କର୍ମ କରିଛି, ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ତେବେ ବୟଫ୍ରେଣ୍ଡ ହିଁ ଦୁଷ୍କର୍ମ କରିଥିଲେ ବୋଲି କୁହାଯାଉଛି। ପୁଲିସର ତଦନ୍ତ ଜାରି ରହିଛି।  
 
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe