ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି: ନିହତ ପୂର୍ବରୁ ମୃତକ ବି ଜାଣୁନି....

ଖୋର୍ଦ୍ଧା (ବଳରାମ ଲେଙ୍କା) ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି । କିନ୍ତୁ ମୁଣ୍ଡ ଗଡ଼ିଛି।  ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସ୍ପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ […]

6890

Tapas Behera
  • Published: Thursday, 16 July 2020
  • , Updated: 16 July 2020, 08:59 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା) ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି । କିନ୍ତୁ ମୁଣ୍ଡ ଗଡ଼ିଛି।  ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସ୍ପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରି ବିଏମଡବ୍ଲୁ ସହ ମାରଣାସ୍ତ୍ର ଜବତ କରିଛି । କେବଳ ଏତିକି ନୁହେଁ, ରାଜଧାନୀର ଏହି କ୍ରିମିନାଲ୍ ଆଉ ତାର ଅଭ୍ୟାସଗତ ଅପରାଧୀ ପରିବାର ସମ୍ପର୍କରେ ବି ଖୁଲାସା କରିଛି ପୋଲିସ୍।

ଖୋର୍ଦ୍ଧା ରାଜପଥ କଡ଼ ମଦ ବାର୍ ଆଗରେ ସଂଘଟିତ ହତ୍ୟାକାଣ୍ଡର ଏମାନେ ହେଉଛନ୍ତି ହତ୍ୟାକାରୀ । ଯାହାର ଖୁଲାସା କରିଛି ଖୋର୍ଦ୍ଧା ପୋଲିସ। ଜୁଲାଇ ୧୪, ଅପରାହ୍ନ ପ୍ରାୟ ୫ଟା। ପ୍ରଥମେ ରାଜଧାନୀରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ପରେ ଖୋର୍ଦ୍ଧା ରାଜପଥ କଡ଼ ମଦ ବାରକୁ ବିଏମଡବ୍ଲ୍ୟୁରେ ଆସିଥିଲେ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁ ସହ ୩ଜଣ । ବାର୍ ଆଗରେ ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ସହ ହେଲା ପାଟିତୁଣ୍ଡ।

ଏହାପରେ ସମସ୍ତେ ଘଟଣାସ୍ଥଳରୁ ଫେରିଯାଇ ପୁଣି ଆସିଲେ ସାଙ୍ଗରେ ଏକ ଛୁରୀ ଧରି । ଆଉ ଅମୀୟ ବାରିକ ନାମକ ଜଣେ ବାର୍ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ମୃତ୍ୟୁଞ୍ଜୟ ଏବଂ ତାବନ୍ଧୁ ଅମିତ । ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । କିନ୍ତୁ ଅପରାଧର ସବୁ ଗତିବିଧିକୁ ରେକର୍ଡ କରିଥିଲା ସିସିଟିଭି । ଆଉ ତନାଘନା କରି ୩ ଦିନ ମଧ୍ୟରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ।

ପୋଲିସର ସୂଚନା ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀରେ ନିଜକୁ ବଡ଼ ବିଲଡର୍ ବୋଲି ପରିଚୟ ଦେଇଥାଏ ମୃତ୍ୟୁଞ୍ଜୟ ଓରଫ୍ ମିକୁ । ଏକାଧିକ ଅପରାଧିକ ମାମଲା ଅଛି ତା ନାଁରେ । କେବଳ ସେ ନୁହେଁ, ବାପା, ଭାଇ ବି ଏକାଧିକ ଆକ୍ରମଣ ଓ ହତ୍ୟା ମାମଲାରେ ଜଡ଼ିତ । ଏମାନେ ପ୍ଲଟ ବିଜ୍‌ନେସ୍ କରନ୍ତିା ନୟାପଲ୍ଲୀରେ ଏକ ବିରାଟକାୟ ଘର କରିଛନ୍ତି, ବିଏମଡବ୍ଲ୍ୟୁ ଭଳି ଏକାଧିକ ସୌଖୀନ ଗାଡ଼ି ବି ଅଛି ଯାହାକୁ ନେଇ ଗର୍ବ ଅହଙ୍କାର ବି କିଛି କମ୍ ନୁହେଁ । ସେଦିନ ଖୋର୍ଦ୍ଧା ମଦ ବାର୍ ଆଗରେ ଜଣେ ସିକ୍ୟୁରିଟି ଗାର୍ଡ ଗାଡ଼ି ପାର୍କିଂକୁ ନେଇ କିଛି କହିଦେବାରୁ ତାକୁ ହତ୍ୟା ଉଦ୍ଦେଶ୍ୟରେ ଖୋର୍ଦ୍ଧାରୁ ଛୁରୀ କିଣିଆଣିଥିଲେ ଏମାନେ। ଖୋର୍ଦ୍ଦା ନିଶା ନିବାରଣ କେନ୍ଦ୍ରରେ ରହୁଥିବା ଭାଇ ଧନଞ୍ଜୟ ନାୟକ ଓରଫ୍ ଚିକୁକୁ ଏ ସମ୍ପର୍କରେ ଜଣାଇଥିଲା ମୃତ୍ୟୁଞ୍ଜୟ । ଏହାପରେ ଏହି ବିଏମ୍‌ଡବ୍ଲୁରେ ୪ ଏବଂ ବାଇକରେ ୨ ଜଣ ଆସି ଅପରାଧ ଭିଆଇଥିଲେ । ଆଉ ସିକ୍ୟୁରିଟି ଗାର୍ଡ ବଦଳରେ ବାର୍ କର୍ମଚାରୀ ହାବୁଡ଼ରେ ପଡ଼ିବାରୁ ଅକାରଣରେ ତାଙ୍କୁ ମାରିଦେଲେ । ହେଲେ ଆଇନ୍‌ର ଫାଶରୁ ଖସିପାରିଲେନି।

Related story