ଖୋର୍ଦ୍ଧା ମୟୂର ମଡ଼କ ଘଟଣା: ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ଖୋର୍ଦ୍ଧା ମୟୂର ମଡ଼କ ଘଟଣା ପଛରେ ରହିଛି ବିଷକ୍ରିୟା। ପୋଷ୍ଟମର୍ଟମ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏ ସଂପର୍କରେ ଅଧିକ ଯାଞ୍ଚ ପାଇଁ ରାଜ୍ୟ ବାହାରକୁ ନମୁନା ପଠାଇବ ଓୟୁଏଟି। ଓୟୁଏଟିର ଭେଟନାରୀ ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁସେନ ପଣ୍ଡା କହିଛନ୍ତି, ପ୍ରଥମ ଦଫ।ରେ ପ୍ରାଣ ହରାଇଥିବା ୨୦ ମୟୂର ଓ ପରେ ମରିଥିବା ୬ ମୟୂରଙ୍କ ପୋଷ୍ଟମର୍ଟମରୁ ସମସ୍ତଙ୍କଠାରେ ଏକ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖିବାକୁ ମିଳିଛି। ସବୁ ମୟୂରଙ୍କ ଲିଭର୍ ଓ ମାଂସପେଶୀ […]

peacock

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 02:32 PM IST

ଭୁବନେଶ୍ୱର: ଖୋର୍ଦ୍ଧା ମୟୂର ମଡ଼କ ଘଟଣା ପଛରେ ରହିଛି ବିଷକ୍ରିୟା। ପୋଷ୍ଟମର୍ଟମ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏ ସଂପର୍କରେ ଅଧିକ ଯାଞ୍ଚ ପାଇଁ ରାଜ୍ୟ ବାହାରକୁ ନମୁନା ପଠାଇବ ଓୟୁଏଟି।

ଓୟୁଏଟିର ଭେଟନାରୀ ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁସେନ ପଣ୍ଡା କହିଛନ୍ତି, ପ୍ରଥମ ଦଫ।ରେ ପ୍ରାଣ ହରାଇଥିବା ୨୦ ମୟୂର ଓ ପରେ ମରିଥିବା ୬ ମୟୂରଙ୍କ ପୋଷ୍ଟମର୍ଟମରୁ ସମସ୍ତଙ୍କଠାରେ ଏକ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖିବାକୁ ମିଳିଛି। ସବୁ ମୟୂରଙ୍କ ଲିଭର୍ ଓ ମାଂସପେଶୀ ପ୍ରଭାବିତ ହୋଇଥିଲା। ବିଷକ୍ରିୟା ପ୍ରଭାବରେ ଏପରି ହୋଇଥାଏ ବୋଲି ସେ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ବିଷ ଯୋଗୁଁ ମୟୂରଙ୍କ ମୃତ୍ୟୁ ଘଟିଲା, ତାହା ଜାଣିବା ପାଇଁ ରାଜ୍ୟ ବାହାରକୁ ନମୁନା ପଠାଯିବ।

ମୟୂର ମଡ଼କ ପଛରେ ବିଷକ୍ରିୟା ସ୍ପଷ୍ଟ ହେବା ପରେ ଶିକାର ପାଇଁ ଏପରି କରାଯାଇଥିଲା ନା ଜମିରେ ପଡ଼ିଥିବା କୀଟନାଶକ ଔଷଧ ଖାଇ ମୟୂରଙ୍କ ମୃତ୍ୟୁ ଘଟିଲା ତା’ର ଖୋଳତାଡ଼ ଆରମ୍ଭ କରିଛି ଜଙ୍ଗଲ ବିଭାଗ।

ଗତ ୮ ତାରିଖରେ ଖୋର୍ଦ୍ଧା ରେଞ୍ଜ୍ ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ମୟୂର ମଡ଼କ ଘଟଣା ସାମ୍ନାକୁ ଆସିଥିଲା।

Related story