କେରଙ୍ଗରେ ଆଜି ବି ଚାଲିଛି କୁକୁଡ଼ା ମରା ଅଭିଯାନ

ଖୋର୍ଦ୍ଧା: ବାର୍ଡ ଫ୍ଲୁ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜି ମାତ୍ର ୧୭୦ଟି ପକ୍ଷୀ ମରାଯାଇଛି।୩ ଦିନରେ ମୋଟ ୫୭୦ଟି ପକ୍ଷୀ ମରାଯାଇଥିବା ବେ ଏହା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀ ମାରିବାକୁ ସ୍ଥାନୀୟ ଲୋକେ ସହଯୋଗ କରୁନାହାନ୍ତି। ଫଳରେ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ତଲାସୀ କରାଯିବାକୁ ପ୍ରଶାନ ନିଷ୍ପତ୍ତି ନେଇଛନ୍ତି। ଆଜି ୫ଟି ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ମରାଯାଇଥିଲା। କେବଳ କୁକୁଡ଼ା ନୁହେଁ, ହଂସ, ପାରା ଓ […]

bbsr

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 08:37 PM IST

ଖୋର୍ଦ୍ଧା: ବାର୍ଡ ଫ୍ଲୁ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜି ମାତ୍ର ୧୭୦ଟି ପକ୍ଷୀ ମରାଯାଇଛି।୩ ଦିନରେ ମୋଟ ୫୭୦ଟି ପକ୍ଷୀ ମରାଯାଇଥିବା ବେ ଏହା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀ ମାରିବାକୁ ସ୍ଥାନୀୟ ଲୋକେ ସହଯୋଗ କରୁନାହାନ୍ତି। ଫଳରେ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ତଲାସୀ କରାଯିବାକୁ ପ୍ରଶାନ ନିଷ୍ପତ୍ତି ନେଇଛନ୍ତି।

ଆଜି ୫ଟି ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ମରାଯାଇଥିଲା। କେବଳ କୁକୁଡ଼ା ନୁହେଁ, ହଂସ, ପାରା ଓ ବତକଗୁଡ଼ିକୁ ମଧ୍ୟ ମାରି ଦିଆଯାଉଛି।

ରାପିଡ ଆକ୍ସନ ଟିମ୍‌ ଗାଁ ଗାଁ ବୁଲୁଥିଲେ ମଧ୍ୟ ଖାଲି ହାତରେ ଅନେକ ଘରୁ ଫେରୁଛନ୍ତି। ପୋଲିସ, ବନ ବିଭାଗ ଓ ଭେଟନାରୀ ବିଭାଗ କର୍ମଚାରୀ ଜଙ୍ଗଲରେ ମଧ୍ୟ କୁକୁଡା ଖୋଜୁଛନ୍ତି।

ଲୋକଙ୍କୁ ଯେପରି ସଂକ୍ରମିତ ନ ହୁଅନ୍ତି, ତା’ର ସ୍ଥିତି ଅନୁଧ୍ୟାନ ପାଇଁ ଏକ ୩ ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍‌ କେରଙ୍ଗରେ ପହଞ୍ଚିଛନ୍ତି। ଏହି ଟିମ୍‌ ଅଞ୍ଚଳର ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

Related story