ମେଲାଣି ନେଲେ ଗଣନାଥ: କମ୍ପିଲା ଜଟଣୀ

Ordigital Desk
  • Published: Thursday, 07 September 2017
  • , Updated: 07 September 2017, 10:52 PM IST
<p>ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଧୁମ୍&zwnj;ଧାମ୍&zwnj; ପରିବେଶରେ ସରିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ଭସାଣ ଉତ୍ସବ। ଗତକାଲି ରାତି ୮ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବାଜା, ବାଣ, ନାଚ ଗୀତରେ ଉଛୁଳି ଉଠୁଥିଲା ସାରା ପରିବେଶ। ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ଆଖି ଝଲସା ସାଜସଜା ଓ ତା&rsquo; ସାଙ୍ଗକୁ ଆଧୁନିକ ଡିଜେ ସଙ୍ଗୀତର ତାଳେ ତାଳେ ମତୁଆଲା ହୋଇଥିଲେ ସାଧାରଣ ଦର୍ଶକ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।</p> <p>ଭସାଣ ଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଥିଲା ବିଭିନ୍ନ ଲୋକନୃତ୍ୟ। ଲୋକବାଦ୍ୟ ଘଣ୍ଟଘଣ୍ଟା, ଢୋଲ ମାଦଳ ଓ ଅନ୍ୟ ପାରମ୍ପାରିକ ବାଦ୍ୟରେ କମ୍ପି ଉଠିଥିଲା ଜଟଣୀ ସହର। ଏହା ସାଙ୍ଗକୁ ଘୋଡ଼ାନାଚ, ନାଗା ନୃତ୍ୟ ଓ ବିଭିନ୍ନ ଆଧୁନିକ ନୃତ୍ୟ ସଙ୍ଗୀତର ଆସର ଭସାଣ ଉତ୍ସବକୁ ଆହୁରି ରଙ୍ଗୀନ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ଗୋପୀନାଥପୁର ଅଞ୍ଚଳରେ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ୨୦୦ରୁ ଅଧିକ ମୂର୍ତ୍ତି ବିସର୍ଜନ ଦିଆଯାଇଥିଲା।</p>

Related story