ଖୋର୍ଦ୍ଧାକୁ ‘କରୋନା’ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ ପାଇଛି। ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା। ଓଡ଼ିଶାରେ ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼। କେନ୍ଦ୍ର ସରକାର […]

corona

corona

Manoranjan Sial
  • Published: Wednesday, 15 April 2020
  • Updated: 15 April 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ ପାଇଛି। ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା। ଓଡ଼ିଶାରେ ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼।

କେନ୍ଦ୍ର ସରକାର ପ୍ରକାଶ କରିଥିବା ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ରାଜଧାନୀ ଦିଲ୍ଲୀର ସମସ୍ତ ୯ଟି ଜିଲ୍ଲା ରହିଛି। ଏହାଛଡ଼ା ହାଇଦ୍ରାବାଦ, ଚେନ୍ନାଇ, ଜୟପୁର ଓ ଆଗ୍ରା, ମୁମ୍ବାଇର କିଛି ଅଂଶ, କୋଲକାତା ଏବଂ ବେଙ୍ଗଳୁରୁ ସହରାଞ୍ଚଳକୁ ଚିହ୍ନଟ କରାଯାଇଛି।

ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି ସୁଦ୍ଧା ସମଗ୍ର ଦେଶରେ ୩୦୦ରୁ ଅଧିକ ଜୀବନ ଯାଇଥିବା ବେଳେ ୧୦ ହଜାରରୁ ଅଧିକ ଆଇସୋଲେସନ୍‌ରେ ରହିଛନ୍ତି। ଏହାଛଡ଼ା ଅନେକ ଲୋକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos