ଜଟଣୀ କେନାଲରୁ ମେଡିସିନ୍ ଉଦ୍ଧାର ଘଟଣା: ବିବେକ ଫାର୍ମା ନାଁରେ ଥାନାରେ ଏତଲା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରଥିପୁର କେନାଲରୁ ମେଡିସିନ୍ ଉଦ୍ଧାର ଘଟଣାରେ ଜାମ୍ମୁ ଓ କାଶ୍ମୀରର ବିବେକ୍ ଫାର୍ମା ନାଁରେ ମାମଲା ରୁଜୁ ହୋଇଛି। ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଟଣୀ ଥାନାରେ ମାମଲା ରୁଜୁ ହୋଇଥିବା ଖୋର୍ଦ୍ଧା ସିଡିଏମଓ ସୂଚନା ଦେଇଛନ୍ତି। ଏହି କମ୍ପାନିକୁ ତିନିବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇଥିଲା। ଅନ୍ୟପକ୍ଷରେ କେନାଲରୁ ଉଦ୍ଧାର ମେଡିସିନରେ ୫ଟି ବ୍ୟାଚର ୧୩ ହଜାର ୫ ଶହ ଅଏଣ୍ଟମେଣ୍ଟ ଟ୍ୟୁବ୍ ରହିଛି। ଏହି ଔଷଧ ନିମ୍ନମାନର ବୋଲି […]

m

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 03:11 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରଥିପୁର କେନାଲରୁ ମେଡିସିନ୍ ଉଦ୍ଧାର ଘଟଣାରେ ଜାମ୍ମୁ ଓ କାଶ୍ମୀରର ବିବେକ୍ ଫାର୍ମା ନାଁରେ ମାମଲା ରୁଜୁ ହୋଇଛି। ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଟଣୀ ଥାନାରେ ମାମଲା ରୁଜୁ ହୋଇଥିବା ଖୋର୍ଦ୍ଧା ସିଡିଏମଓ ସୂଚନା ଦେଇଛନ୍ତି। ଏହି କମ୍ପାନିକୁ ତିନିବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇଥିଲା।

ଅନ୍ୟପକ୍ଷରେ କେନାଲରୁ ଉଦ୍ଧାର ମେଡିସିନରେ ୫ଟି ବ୍ୟାଚର ୧୩ ହଜାର ୫ ଶହ ଅଏଣ୍ଟମେଣ୍ଟ ଟ୍ୟୁବ୍ ରହିଛି। ଏହି ଔଷଧ ନିମ୍ନମାନର ବୋଲି ସିଡିଏମଓ କହିଛନ୍ତି। ଏହାକୁ ସୁରକ୍ଷିତ ଭାବେ ପୋତି ଦିଆଯିବା କଥା। ମାତ୍ର ତାହା କରାନଯାଇ ପାଣିରେ ଭସାଇ ଦିଆ ଯାଇଥିବାରୁ ଉତ୍ପାଦନକାରୀ କମ୍ପାନି ନାଁରେ ମାମଲା ରୁଜୁ କରାଯାଇଛି।

ରଥିପୁର କେନାଲରେ ୫୦ପେଟିରୁ ଅଧିକ ମେଡିସିନ୍ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ଏଡିଏମ୍ଓଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା। ଅଗ୍ନିସେବା ବିଭାଗ ସହାୟତାରେ ଔଷଧ ଗୁଡିକୁ ପାଣିରୁ ବାହାର କରିବା ପରେ ଏହାକୁ ସ୍ୱାସ୍ଥ୍ୟ ବିଭାଗ ଜବତ କରିଥିଲା।

 

Related story