ସରକାରୀ ପରେ ବେସରକାରୀ ହସ୍ପିଟାଲରେ ଡାକ୍ତରୀ ରାଜ: ରୋଗୀଙ୍କ ସମ୍ପର୍କୀୟଙ୍କୁ ପିଟିଲେ ଡାକ୍ତରଖାନା ମାଲିକ

ଖୋର୍ଦ୍ଧା: ଏସ୍‌ସିବିରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ଘଟଣା ନ ଥମିଥିବା ବେଳେ ଖୋର୍ଦ୍ଧାରେ ଏକ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାଦାଗିରି ସାମ୍ନାକୁ ଆସିଛି। ଏହି ଦାଦାଗିରିର ଲାଇଭ୍‌ ଭିଡ଼ିଓ ସିସିଟିଭିରେ ରେକର୍ଡ଼ ହୋଇଛି। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ହସ୍ପିଟାଲ୍‌ ଏମ୍‌ଡି ଦୁଃଖ ପ୍ରକାଶ କରିଛନ୍ତି। ଟାଙ୍ଗୀ ଥାନା ପାରିଓରତ ଗାଁର ଛବି ସ୍ୱାଇଁଙ୍କ ଗୁଇଁଠିରେ ଆଘାତ ଲାଗିଥିଲା। ତାଙ୍କୁ ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି […]

sanjibani hospital khurda

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 09:09 PM IST

ଖୋର୍ଦ୍ଧା: ଏସ୍‌ସିବିରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ଘଟଣା ନ ଥମିଥିବା ବେଳେ ଖୋର୍ଦ୍ଧାରେ ଏକ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାଦାଗିରି ସାମ୍ନାକୁ ଆସିଛି। ଏହି ଦାଦାଗିରିର ଲାଇଭ୍‌ ଭିଡ଼ିଓ ସିସିଟିଭିରେ ରେକର୍ଡ଼ ହୋଇଛି। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ହସ୍ପିଟାଲ୍‌ ଏମ୍‌ଡି ଦୁଃଖ ପ୍ରକାଶ କରିଛନ୍ତି।

ଟାଙ୍ଗୀ ଥାନା ପାରିଓରତ ଗାଁର ଛବି ସ୍ୱାଇଁଙ୍କ ଗୁଇଁଠିରେ ଆଘାତ ଲାଗିଥିଲା। ତାଙ୍କୁ ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାସେ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଆସୁଥିଲେ ଛବି। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇ ଥିଲା। ହୃଦଘାତ ଯୋଗୁଁ ଛବିଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ମାତ୍ର ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନ ଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ହସ୍ପିଟାଲ ଏମ୍‌ଡି ମାନସ କୁମାର ସାହୁ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଥମେ ବୁଝାଶୁଝା କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ମୃତକଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Related story