ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ଫଳ, ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରୱାଲ ଟପ୍ପର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ପ୍ରକାଶ ପାଇଛି। ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରୱାଲ ୯୧.୨୯% ରଖି ଟପ୍ପର ହୋଇଛନ୍ତି। ୭୦ଟି ୟୁନିଭର୍ସିଟି ଓ କଲେଜର ୧୪,୪୦୧ ସିଟ ପାଇଁ ପରୀକ୍ଷା ହୋଇଥିଲା। ମେଧା ତାଲିକା www.samsodisha.gov.inରେ ଉପଲବ୍ଧ ହେଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ହୋଇଥିଲା। ମୋଟ୍‌ ୫୫,୭୪୬ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥିରୁ ୫୨, ୭୮୦ ଜଣଙ୍କର ମେଧା ତାଲିକା ୱେବସାଇଟ୍‌ରେ […]

exam-1

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 08:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ପ୍ରକାଶ ପାଇଛି। ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରୱାଲ ୯୧.୨୯% ରଖି ଟପ୍ପର ହୋଇଛନ୍ତି। ୭୦ଟି ୟୁନିଭର୍ସିଟି ଓ କଲେଜର ୧୪,୪୦୧ ସିଟ ପାଇଁ ପରୀକ୍ଷା ହୋଇଥିଲା। ମେଧା ତାଲିକା www.samsodisha.gov.inରେ ଉପଲବ୍ଧ ହେଉଛି।

ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ହୋଇଥିଲା। ମୋଟ୍‌ ୫୫,୭୪୬ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥିରୁ ୫୨, ୭୮୦ ଜଣଙ୍କର ମେଧା ତାଲିକା ୱେବସାଇଟ୍‌ରେ ପ୍ରକାଶ ପାଇଛି।

Related story