ତେଲକୋଇ(ଚିନ୍ମୟ ସାହୁ): ଡେକ୍ଚି ପାଣି ବୁଡ଼ି ଦେଢ଼ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ପିଲାଟି ଖେଳୁଥିବା ବେଳେ ଡେକ୍ଚି ପାଣିରେ ବୁଡ଼ି ଯାଇଥିଲା। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଶଙ୍କରପୁର ଗାଁରେ ଘଟିଛି।
ଆଜି ଅପରାହ୍ନରେ ଶଙ୍କରପୁର ଗାଁର ପ୍ରିୟ ରଞ୍ଜନ ମହାନ୍ତ ଓ ପୁଷ୍ପଲତା ମହାନ୍ତଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ସତ୍ୟପ୍ରକାଶ ଘର ଅଗଣାରେ ଖେଳୁ ଥିଲା। ପରିବାର ଅନ୍ୟମାନେ ଟିଭି ଦେଖୁଥିଲେ। ସତ୍ୟପ୍ରକାଶ ଖେଳୁଥିବା ବେଳେ ପାଣି ଡେକ୍ଚି ଭିତରେ ପଶି ଯାଇଥିଲା।
କିଛି ସମୟ ପରେ ପରିବାର ଲୋକେ ପୁଅ ଖୋଜି ଥିଲେ। ମାତ୍ର ପାଇନଥିଲେ। ପରେ ଅଗଣାରେ ଥିବା ପାଣି ଡେ଼କଚିରେ ପୁଅ ବୁଡି ଯାଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।