ଘରକୁ ଫେରିଲେ ଅପହୃତ ବ୍ୟବସାୟୀ, ଧରାପଡ଼ି ନାହାନ୍ତି ଅପହରଣକାରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗତ ଶନିବାର ସନ୍ଧ୍ୟାରେ ଅପହୃତ ହୋଇଥିବା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଗତ ରାତିରେ ଘରକୁ ଫେରିଥିବା ଜଣାଯାଇଛି।  ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ କିଏ, କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଅପହରଣ କରିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବୀରମିତ୍ରପୁର ପୁଲିସ ପ୍ରଦୀପଙ୍କ ମୋବାଇଲ ଫୋନକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅପହରଣକାରୀ ବ୍ୟବସାୟୀ ପ୍ରଦୀପଙ୍କ […]

businessman

Niharika Rout
  • Published: Thursday, 12 November 2020
  • , Updated: 12 November 2020, 12:17 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗତ ଶନିବାର ସନ୍ଧ୍ୟାରେ ଅପହୃତ ହୋଇଥିବା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଗତ ରାତିରେ ଘରକୁ ଫେରିଥିବା ଜଣାଯାଇଛି।  ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ କିଏ, କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଅପହରଣ କରିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ବୀରମିତ୍ରପୁର ପୁଲିସ ପ୍ରଦୀପଙ୍କ ମୋବାଇଲ ଫୋନକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅପହରଣକାରୀ ବ୍ୟବସାୟୀ ପ୍ରଦୀପଙ୍କ ସ୍ତ୍ରୀଙ୍କୁ ଗତ ସୋମବାର ଫୋନ୍‌ କରି ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏନେଇ ପୁଲିସ୍‌କୁ ସୂଚନା ଦେଲେ ପରି଼ଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲା। ଏହାପରେ ୬ଟି ଟିମ୍‌ ଗଠନ କରାଯାଇ ଝାଡ଼ଖଣ୍ଡ ରାଜ୍ୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ତେବେ ପ୍ରଦୀପଙ୍କୁ ପୁଲିସ୍‌ ଉଦ୍ଧାର କଲା, ନା ସେ ଆପେ ଆପେ ଫେରିଲେ ସେ ନେଇ ପୁଲିସ୍‌ କିମ୍ବା  ପ୍ରଦୀପଙ୍କ ପକ୍ଷରୁ କିଛି ସ୍ପଷ୍ଟ ହୋଇ ନାହିଁ।

ପ୍ରଦୀପ ଗତକାଲି ଫେରି ଆସିଥିବା ସତ୍ତ୍ୱେ ଅପହରଣକାରୀଙ୍କୁ ଗିରଫ ନିମନ୍ତେ ଆହୁରି ୨ଟି ଟିମ୍‌ ଗଠନ କରାଯାଇଥିବା ଜଣାଯାଇଛି। ସମୁଦାୟ ୮ଟି ଟିମ୍‌ ସଦସ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବେ ବୋଲି ଏସ୍‌ପି କହିଛନ୍ତି।

ସୂଚନାଯୋଗ୍ୟ, ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଗତ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଥିବା ପରିବାର ଲୋକ ବିରମିତ୍ରପୁର ଥାନାରେ ଏତଲା ଦେଇଥିଲେ। ପ୍ରଦୀପ ନିଜର ବିଜାବହଲ କ୍ରସରରୁ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥ ନିକଟରୁ ତାଙ୍କ ଅପହରଣ ହୋଇଥିବା ସୂଚନା ମିଳିଥିଲା।

ସେ ଫେରୁଥିବା  କାରଟି ପରିତ୍ୟକ୍ତ ଅବସ୍ଥାରେ ଜାତୀୟ ରାଜପଥରୁ ୨୦୦ ମିଟର ଦୂରରେ ମିଳିଥିଲା। କାର ଭିତରେ ପ୍ରଦୀପଙ୍କ ମୋବାଇଲ ଫୋନ ମିଳିଥିବା ବେଳେ ଏକ ଇଂଜେକସନ ସିରିଞ୍ଜ୍ ମଧ୍ୟ ମିଳିଥିଲା।

ପ୍ରଦୀପ ବୀରମିତ୍ରପୁରରେ ଥିବା BSL କମ୍ପାନୀରେ ଟ୍ରାନ୍ସପୋର୍ଟିଂ କାର୍ଯ୍ୟ କରୁଥିବା ଯୋଗୁ ପୂର୍ବରୁ ବୀରମିତ୍ରପୁରରେ ରହୁଥିଲେ। ଏବେ ରାଉରକେଲାରେ ରହୁଥିବାରୁ ସେ ରାଉରକେଲା ଫେରୁଥିବା ବେଳେ ଏହି ଅପହରଣ ହୋଇଥିଲା।

Related story