କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ। ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏପରି ଖବର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-78 ଗ୍ରାମରୁ ଆସିଛି। ରବିବାର ଦିନ MV-78 ମୁଖ୍ୟ ରାସ୍ତାର ପାଖରେ ଥିବା କାଡା କେନାଲ ପାଣିରେ ୧୨ ଫୁଟ୍‌ ଲମ୍ୱର ଅହିରାଜ ଫସି ଯାଇଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ସ୍ଥାନୀୟ ଲୋକେ ଦେଖି କାଲିମେଳା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର […]

king cobra

Manoranjan Sial
  • Published: Monday, 05 April 2021
  • , Updated: 05 April 2021, 10:39 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ। ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏପରି ଖବର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-78 ଗ୍ରାମରୁ ଆସିଛି।

ରବିବାର ଦିନ MV-78 ମୁଖ୍ୟ ରାସ୍ତାର ପାଖରେ ଥିବା କାଡା କେନାଲ ପାଣିରେ ୧୨ ଫୁଟ୍‌ ଲମ୍ୱର ଅହିରାଜ ଫସି ଯାଇଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ସ୍ଥାନୀୟ ଲୋକେ ଦେଖି କାଲିମେଳା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର ପାଇ କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଅହିରାଜକୁ ଛାଡ଼ି ଦିଆଯାଇଛି।

ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗୁଛି। ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ସାପଟି ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି।

https://youtu.be/f5n9WY7bf5o

Related story