ପର ଜମିରେ ଜଗନ୍ନାଥଙ୍କୁ ବସାଇଛନ୍ତି ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର ଜମିରେ ଅଚ୍ୟୁତ ସାମନ୍ତ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ବିଜେଡି ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଏପରି ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲେ କିଛି ବରିଷ୍ଠ ନାଗରିକ। ଅଚ୍ୟୁତଙ୍କ ନାମାଙ୍କନ ନାକଚ କରିବାକୁ ସେମାନେ ଦାବି କରିଛନ୍ତି। ଅଚ୍ୟୁତ ସେମାନଙ୍କ ଜମିକୁ ରାସ୍ତା ଛାଡ଼ୁ ନାହାନ୍ତି। ଏନେଇ ଜଣେ ବରିଷ୍ଠ ନାଗରିକ ସଂଗ୍ରାମ କିଶୋର ମହାନ୍ତି କହିଛନ୍ତି-“କିସ୍‌ କ୍ୟାମ୍ପସର ପାଖରେ ଆମର ଜମି ରହିଥିଲା। ସେହି ଜମି ଚାରିପାଖରେ […]

kiss jagannath temple

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 04:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର ଜମିରେ ଅଚ୍ୟୁତ ସାମନ୍ତ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ବିଜେଡି ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଏପରି ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲେ କିଛି ବରିଷ୍ଠ ନାଗରିକ। ଅଚ୍ୟୁତଙ୍କ ନାମାଙ୍କନ ନାକଚ କରିବାକୁ ସେମାନେ ଦାବି କରିଛନ୍ତି। ଅଚ୍ୟୁତ ସେମାନଙ୍କ ଜମିକୁ ରାସ୍ତା ଛାଡ଼ୁ ନାହାନ୍ତି।

ଏନେଇ ଜଣେ ବରିଷ୍ଠ ନାଗରିକ ସଂଗ୍ରାମ କିଶୋର ମହାନ୍ତି କହିଛନ୍ତି-“କିସ୍‌ କ୍ୟାମ୍ପସର ପାଖରେ ଆମର ଜମି ରହିଥିଲା। ସେହି ଜମି ଚାରିପାଖରେ ଆମେ ପାଚେରୀ ନିର୍ମାଣ କରିଥିଲୁ। ଅଚ୍ୟୁତ ସାମନ୍ତଙ୍କ ଲୋକମାନେ ସେହି ପାଚେରୀ ଭାଙ୍ଗି ସେହି ଜାଗାକୁ ମାଡ଼ି ବସିଛନ୍ତି। ଏହାର ପ୍ରତିବାଦରେ ପୂର୍ବରୁ ଆମେ ଧାରଣାରେ ବସିଥିଲୁ। ସେତେବେଳେ ଆମକୁ ମାଡ଼ ମାରି ଘଉଡ଼ାଇ ଦିଆଯାଇଥିଲା। ଏପରିକି ଆମ ଜମିର ନକଲ ସବୁ ଚିରି ଦିଆଗଲା। ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ। ମାତ୍ର କିଛି ସଫଳ ମିଳିନଥିଲା।”

ସେ କହିଛନ୍ତି-“ପର ଜମିରେ ଅଚ୍ୟୁତ ସାମନ୍ତ ଜଗନ୍ନାଥଙ୍କୁ ବସାଇଛନ୍ତି। ଏପରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଉଛନ୍ତି। ତେଣୁ ଏମିତି ଜଣେ ଲୋକଙ୍କୁ ରାଜ୍ୟସଭାକୁ ନପଠାଇବା ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ।”

Related story