କୋଲକାତାରୁ ଆସୁଥିଲା ନକଲି ପାମୋଲିନ୍‌ ତେଲ, ତା‘ପରେ...

ଅନୁଗୋଳ(ବିରଜା ଦାସ): କୋଲକାତାରୁ ଓଡ଼ିଶା ଆସୁଥିଲା ନକଲି ପାମୋଲିନ୍‌! ପରେ ଏହାକୁ ନାମୀଦାମୀ ବ୍ରାଣ୍ଡରେ ପ୍ୟାକିଂ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ଆଜି ଏପରି ଅଭିଯୋଗ ଆସିଛି ଅନୁଗୋଳ ସଦର ମହକୁମାରୁ। ପୁଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢ଼ଉ କରି ନକଲି ପାମୋଲିନ ତେଲ ଜବତ କରିବା ସହିତ ୫ ଜଣଙ୍କୁ ଅଟକ ରଖିଛି। ଅନୁଗୋଳ ଜିଲ୍ଲା ସଦର ମହକୁମାରେ ଶୁଭମ୍‌ ଏଣ୍ଟରପ୍ରାଇଜର୍ସ ନାମକ ଏକ ନକଲି ପାମୋଲିନ ତେଲ କାରଖାନା […]

angul

Manoranjan Sial
  • Published: Friday, 29 January 2021
  • , Updated: 29 January 2021, 07:58 PM IST

ଅନୁଗୋଳ(ବିରଜା ଦାସ): କୋଲକାତାରୁ ଓଡ଼ିଶା ଆସୁଥିଲା ନକଲି ପାମୋଲିନ୍‌! ପରେ ଏହାକୁ ନାମୀଦାମୀ ବ୍ରାଣ୍ଡରେ ପ୍ୟାକିଂ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ଆଜି ଏପରି ଅଭିଯୋଗ ଆସିଛି ଅନୁଗୋଳ ସଦର ମହକୁମାରୁ। ପୁଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢ଼ଉ କରି ନକଲି ପାମୋଲିନ ତେଲ ଜବତ କରିବା ସହିତ ୫ ଜଣଙ୍କୁ ଅଟକ ରଖିଛି।

ଅନୁଗୋଳ ଜିଲ୍ଲା ସଦର ମହକୁମାରେ ଶୁଭମ୍‌ ଏଣ୍ଟରପ୍ରାଇଜର୍ସ ନାମକ ଏକ ନକଲି ପାମୋଲିନ ତେଲ କାରଖାନା ଚାଲିଥିଲା। କୋଲକାତାରୁ ନକଲି ପାମୋଲିନ୍‌ ତେଲ ଟ୍ୟାଙ୍କରରେ ଅଣାଯାଇ ବିଭିନ୍ନ ବ୍ରାଣ୍ଡରେ ପ୍ୟାକିଂ କରାଯାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରାଯାଉଥିଲା।

ଅନୁଗୋଳ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ଆଜି କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବେ ନକଲି ତେଲ କାରଖାନାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ସାମଗ୍ରୀ ଓ ଠିପି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଶୁଭମ ଏଣ୍ଟରପ୍ରାଇଜର୍ସର ମାଲିକ ଶୁଭମ ଅଗ୍ରୱାଲ ଓ ତାଙ୍କ ସମ୍ପର୍କୀୟ ପ୍ରଭୁ ଦୟାଲ ଅଗ୍ରୱାଲଙ୍କ ସମେତ ୩ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ଜବତ ତେଲକୁ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଲାବୋରେଟାରୀରିକୁ ପଠାଇ ଅଧିକ ତଦନ୍ତ କରୁଛି। ଆଜି ହୋଇଥିବା ଚଢଉରେ ଅନୁଗୋଳ ଏସ୍‌ଡିପିଓ ଅଶ୍ଵିନୀ ସାହୁ, ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ସ୍ପେଶାଲ ସ୍କ୍ୱାର୍ଡ଼ ଅଫିସର ଦୀନକୃଷ୍ଣ ମିଶ୍ର, ଅନୁଗୋଳ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

Related story