ସଡ଼କ ଦୁର୍ଘଟଣାରେ ତହସିଲଦାରଙ୍କ ମୃତ୍ୟୁ

ନୂଆପଡ଼ା(ମାୟାଧର ସରାଫ): ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ ତାଙ୍କ ଟାଭେରା ଏସ୍‌ୟୁଭି ଗାଡ଼ି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସନତ ପଟେଲ ସାମାନ୍ୟ ଆହତ ହୋଇଛନ୍ତି। ଦଶପଲ୍ଲା ଡାକ୍ତରଖାନାରେ ତାଙ୍କର […]

caracciddent1

Jitendra Garnayak
  • Published: Saturday, 30 March 2019
  • , Updated: 30 March 2019, 11:01 AM IST

ନୂଆପଡ଼ା(ମାୟାଧର ସରାଫ): ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ ତାଙ୍କ ଟାଭେରା ଏସ୍‌ୟୁଭି ଗାଡ଼ି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସନତ ପଟେଲ ସାମାନ୍ୟ ଆହତ ହୋଇଛନ୍ତି। ଦଶପଲ୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି।

ସୁରେଶ ନିର୍ବାଚନ କାମରେ ଭୁବନେଶ୍ୱର ଯାଉଥିଲେ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ସେ କୋମନାରୁ ବାହାରିଥିବା ବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା।

ଗତ ଜାନୁଆରୀ ମାସରେ ସୁରେଶ ବାହା ହୋଇଥିଲେ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାର ସାଲେପାଲି ଗାଁରେ। ଏହା ବଲାଙ୍ଗିର ଟାଉନ୍ ଥାନା ଅଧୀନରେ ରହିଛି।

Related story