କୋଣାର୍କରୁ ୪୭ ସିଲିଣ୍ଡର ଜବତ

କୋଣାର୍କ: ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାଟବନ୍ଧ ଗାଁରୁ ଆଜି ପୋଲିସ୍‌ ୪୭ଟି ଗ୍ୟାସ ସିଲିଣ୍ଡର ଜବତ କରିଛି। ଉଜ୍ଜ୍ୱଳା ଯୋଜନାରେ ଏହି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ଲୋକଙ୍କୁ ବଣ୍ଟା ଯାଉଥିଲା। ଅଡଶପୁର ଏକ ଗ୍ୟାସ୍‌ ଏଜେନ୍ସୀର ଜଣେ କର୍ମଚାରୀ ଆଜି ଭାଟପଡ଼ା ଗାଁରେ ଗ୍ୟାସ୍‌ ସିଲିଣ୍ଡର ବାଣ୍ଟୁଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ଗାଁରେ ପହଞ୍ଚି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ଜବତ କରିବା ସହିତ ଉକ୍ତ କର୍ମଚାରୀଙ୍କୁ ଅଟକ ରଖିଛି। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ […]

cylinders gas

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 04:24 PM IST

କୋଣାର୍କ: ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାଟବନ୍ଧ ଗାଁରୁ ଆଜି ପୋଲିସ୍‌ ୪୭ଟି ଗ୍ୟାସ ସିଲିଣ୍ଡର ଜବତ କରିଛି। ଉଜ୍ଜ୍ୱଳା ଯୋଜନାରେ ଏହି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ଲୋକଙ୍କୁ ବଣ୍ଟା ଯାଉଥିଲା।

ଅଡଶପୁର ଏକ ଗ୍ୟାସ୍‌ ଏଜେନ୍ସୀର ଜଣେ କର୍ମଚାରୀ ଆଜି ଭାଟପଡ଼ା ଗାଁରେ ଗ୍ୟାସ୍‌ ସିଲିଣ୍ଡର ବାଣ୍ଟୁଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ଗାଁରେ ପହଞ୍ଚି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ଜବତ କରିବା ସହିତ ଉକ୍ତ କର୍ମଚାରୀଙ୍କୁ ଅଟକ ରଖିଛି।

ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡର ବଣ୍ଟାଯିବା ଫଳରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।

Related story