କୋଣାର୍କ: ବାନା ବାବା ଆଶ୍ରମରେ ଶୀଘ୍ର ଜବରଦଖଲ ଉଚ୍ଛେଦ ହେବ

କୋଣାର୍କ: କୋଣାର୍କ-କାକଟପୁର ରାସ୍ତା ବାଲିଦୋକାନ ଦର୍ଶନୀ ବନ୍ତ ଉପରେ ଥିବା ବାନା ବାବା ଆଶ୍ରମରେ  ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ ହେବ। ଆଜି ଆଶ୍ରମରେ ରାଜସ୍ୱ ଓ ବନ ବିଭାଗ ଦ୍ୱାରା ଜବରଦଖଲ ଅଭିଯୋଗର ଯୁଗ୍ମ ଯାଞ୍ଚ ପରେ କାକଟପୁର ତହସିଲଦାର ଏହି ସୂଚନା ଦେଇଛନ୍ତି। ସେହିପରି ୪ ତାରିଖ ସୁଦ୍ଧା ଆଶ୍ରମ ଖାଲି କରିବାକୁ ବନ ବିଭାଗ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛି। ତହସିଲଦାର ଓ ବନ ବିଭାଗ ପକ୍ଷରୁ ଏଠାରେ ଆଜି ମାପଚୁପ କରାଯାଇଥିଲା। […]

bana baba

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 05:21 PM IST

କୋଣାର୍କ: କୋଣାର୍କ-କାକଟପୁର ରାସ୍ତା ବାଲିଦୋକାନ ଦର୍ଶନୀ ବନ୍ତ ଉପରେ ଥିବା ବାନା ବାବା ଆଶ୍ରମରେ  ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ ହେବ। ଆଜି ଆଶ୍ରମରେ ରାଜସ୍ୱ ଓ ବନ ବିଭାଗ ଦ୍ୱାରା ଜବରଦଖଲ ଅଭିଯୋଗର ଯୁଗ୍ମ ଯାଞ୍ଚ ପରେ କାକଟପୁର ତହସିଲଦାର ଏହି ସୂଚନା ଦେଇଛନ୍ତି। ସେହିପରି ୪ ତାରିଖ ସୁଦ୍ଧା ଆଶ୍ରମ ଖାଲି କରିବାକୁ ବନ ବିଭାଗ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛି। ତହସିଲଦାର ଓ ବନ ବିଭାଗ ପକ୍ଷରୁ ଏଠାରେ ଆଜି ମାପଚୁପ କରାଯାଇଥିଲା। ବାନା ବାବାଙ୍କ ଜଗନ୍ନାଥ କଳକୀ ଯୋଗାଶ୍ରମ ବିରୋଧରେ ସରକାରୀ ଓ ଅଭୟାରଣ୍ୟ ଜମି ଜବରଦଖଲ ଅଭିଯୋଗ ଆସିଥିଲା।

ବାନା ବାବା ଗୋଧନପଡ଼ା ଗାଁ ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦି, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି ଏଠାରେ ଏକ ଅଟ୍ଟାଳିକା ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆରଡିସି ତଦନ୍ତ ପାଇଁ କାକଟପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗର ପ୍ରାୟ ୧୫ ଏକର ଜମି ଜବରଦଖଲ ହୋଇଥିବା ଜଣାପଡ଼ିଛି। ମାପଚୁପ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଆଶ୍ରମ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Related story