କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା

କୋଣାର୍କ: କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା। ଆଜି ଚେନ୍ନାଇର କଳାକ୍ଷେତ୍ର ଫ।ଉଣ୍ଡେସନ୍ ପକ୍ଷରୁ ଭାରତ ନାଟ୍ୟମ୍ ଏବଂ କଟକର ଓଡିଶୀ ନୃତ୍ୟ ମଣ୍ଡଳ କଳାକାର ପରିବେଷଣ କରିବେ ଓଡ଼ିଶୀ ନୃତ୍ୟ। ଗତକାଲି ତୃତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ମହାଭାରତର କଥାବସ୍ତୁ ଉପରେ ଆଧାରିତ ନୃତ୍ୟନାଟିକା ବୃହନ୍ନଳାରୁ । ଏହାକୁ ପରିବେଷଣ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ ଫ।ଉଣ୍ଡେସନର କଳାକାର। ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବାସ ସମୟରେ ଅଜୁର୍ନ କିଭଳି ବୃହନ୍ନଳା ରୂପରେ ଉତ୍ତରାଙ୍କୁ ନୃତ୍ୟ […]

konark ustab

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 05:00 AM IST

କୋଣାର୍କ: କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା। ଆଜି ଚେନ୍ନାଇର କଳାକ୍ଷେତ୍ର ଫ।ଉଣ୍ଡେସନ୍ ପକ୍ଷରୁ ଭାରତ ନାଟ୍ୟମ୍ ଏବଂ କଟକର ଓଡିଶୀ ନୃତ୍ୟ ମଣ୍ଡଳ କଳାକାର ପରିବେଷଣ କରିବେ ଓଡ଼ିଶୀ ନୃତ୍ୟ। ଗତକାଲି ତୃତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ମହାଭାରତର କଥାବସ୍ତୁ ଉପରେ ଆଧାରିତ ନୃତ୍ୟନାଟିକା ବୃହନ୍ନଳାରୁ । ଏହାକୁ ପରିବେଷଣ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ ଫ।ଉଣ୍ଡେସନର କଳାକାର। ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବାସ ସମୟରେ ଅଜୁର୍ନ କିଭଳି ବୃହନ୍ନଳା ରୂପରେ ଉତ୍ତରାଙ୍କୁ ନୃତ୍ୟ ଶିକ୍ଷା ଏବଂ କୀଚକ ବଧକୁ ସେମାନେ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ।  ଦ୍ୱିତୀୟାର୍ଦ୍ଧରେ ବାଙ୍ଗ।ଲୋର କଳାକାରଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା।

Related story