କାର୍‌କୁ ପିଟିଦେଲା ଟିପ୍ପର, ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର କଫି ବୋର୍ଡ଼ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୋରାପୁଟ୍‌ ସେଣ୍ଟ୍ରାଲ ସ୍କୁଲର ରାଜୀବ ପାତ୍ର, ନୀହାରିକା ଭଞ୍ଜ, ଏସ୍‌ ଜୟଶ୍ରୀ ଓ ରୋବେନ୍‌ ପାତ୍ର ଏକ […]

car accident in koraput

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 07:29 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର କଫି ବୋର୍ଡ଼ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କୋରାପୁଟ୍‌ ସେଣ୍ଟ୍ରାଲ ସ୍କୁଲର ରାଜୀବ ପାତ୍ର, ନୀହାରିକା ଭଞ୍ଜ, ଏସ୍‌ ଜୟଶ୍ରୀ ଓ ରୋବେନ୍‌ ପାତ୍ର ଏକ କାରରେ ଯାଉଥିଲେ। ତେବେ କଫି ବୋର୍ଡ଼ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟିପ୍ପର, କାର୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ରାଜିବ ପାତ୍ରଙ୍କର ମୃତ୍ୟୁ ଘଟି ଥିଲା। ନୀହାରିକା, ଏସ୍‌ ଜୟଶ୍ରୀ ଓ ରୋବେନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ରୋବେନ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା। ତେବେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Related story