କୋରାପୁଟ ଓ ପୁରୀରେ ଖୋଲିଲା ‘କୋରାପୁଟ କାଫେ’ର ୨ଟି ଆଉଟଲେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର କଫି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ତର୍ଜାତିକ କଫି ଦିବସରେ କୋରାପୁଟକଫିର ସ୍ୱତନ୍ତ୍ର ୱେବସାଇଟକୁ ଲୋକାର୍ପଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ କୋରାପୁଟ ଓ ପୁରୀଠାରେ ଦୁଇଟି କୋରାପୁଟ କାଫେ ଆଉଟଲେଟକୁ ମଧ୍ୟ ଉଦଘାଟନ କରିଛନ୍ତି। କୋରାପୁଟ କାଫେର ଏକ ଆଉଟଲେଟ୍ ପୁରୀ ସମୁଦ୍ର ବେଳାଭୂମିରେ ଏବଂ ଅନ୍ୟଟି କୋରାପୁଟ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । କୋରାପୁଟ କଫିର ଗୁଣାତ୍ମକ […]

Koraput

Koraput

Ordigital Desk
  • Published: Friday, 01 October 2021
  • Updated: 01 October 2021, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର କଫି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ତର୍ଜାତିକ କଫି ଦିବସରେ କୋରାପୁଟକଫିର ସ୍ୱତନ୍ତ୍ର ୱେବସାଇଟକୁ ଲୋକାର୍ପଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ କୋରାପୁଟ ଓ ପୁରୀଠାରେ ଦୁଇଟି କୋରାପୁଟ କାଫେ ଆଉଟଲେଟକୁ ମଧ୍ୟ ଉଦଘାଟନ କରିଛନ୍ତି।

କୋରାପୁଟ କାଫେର ଏକ ଆଉଟଲେଟ୍ ପୁରୀ ସମୁଦ୍ର ବେଳାଭୂମିରେ ଏବଂ ଅନ୍ୟଟି କୋରାପୁଟ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । କୋରାପୁଟ କଫିର ଗୁଣାତ୍ମକ ମାନ ଓ ସ୍ୱାଦ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଉଭୟ ଦେଶ ଭିତରେ ଓ ବାହାରେ ଲୋକାଦୃତ ହୋଇପାରିଛି । ଏଥିପାଇଁ ସେ ଆଦିବାସୀ ଉନ୍ନୟନ ନିଗମ ଓ କଫି ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମାତ୍ର ୨ବର୍ଷ ଭିତରେ କୋରାପୁଟ କଫି ନିଜର ସ୍ୱତନ୍ତ୍ର ଛାପ ଛାଡ଼ିପାରିଛି । ଆଦିବାସୀଙ୍କ ଜୀବନଜୀବିକା ଓ ସୁବିଧା ଉଦ୍ଦେଶ୍ୟରେ ରାଜ୍ୟ ସରକାର କୋରାପୁଟ କଫିକୁ ସବୁ ପ୍ରକାରର ପ୍ରୋତ୍ସାହନ ଯୋଗାଉଛନ୍ତି । ଆଦିବାସୀ ଉନ୍ନୟନ ନିଗମ ଏବେ ଏହି କଫିର ମାର୍କେଟିଂ କରୁଥିବାବେଳେ କଫି ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା କୋରାପୁଟରେ ଆଉ ୩୦୦ହେକ୍ଟର ଜମିରେ କଫି ଚାଷ କରାଯାଉଛି ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ କଫି ଚାଷ ଆଦିବାସୀମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି । ଏଠାରେ ଶତପ୍ରତିଶତ ଆରବିକା କଫି ଉତ୍ପାଦନ ହେଉଛି ଯାହାକି ବଜାରରେ ଖାସ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos