କୋରାପୁଟ: ଦାଦନ ଖଟିବାକୁ ଯାଇଥିବା ନାବାଳକର ଆଖି ତାଡି ନେଲେ

କୋରାପୁଟ: ପୁଣି ଆସିଛି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ। ଜଣେ ନାବାଳକ ଦାଦନ ଶ୍ରମିକକୁ ଅମାନବିକ ଭାବେ ନିର୍ଯାତନା ଦିଆଯିବା ସହ ତାଙ୍କର ଏକ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା କେନ୍ଦୁଗୁଡ଼ା ଗାଁରୁ। ଗାଁର ଅଜୁର୍ନ ଦୁରୁଆ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଏପରି ନିର୍ଯାତନାର ଶିକାର ହୋଇଛନ୍ତି। କୌଣସି ମତେ ସେଠାରୁ ଖସି ଆସି ଗାଁରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। ମିଳିଥିବା […]

dadana

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 10:24 AM IST

କୋରାପୁଟ: ପୁଣି ଆସିଛି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ। ଜଣେ ନାବାଳକ ଦାଦନ ଶ୍ରମିକକୁ ଅମାନବିକ ଭାବେ ନିର୍ଯାତନା ଦିଆଯିବା ସହ ତାଙ୍କର ଏକ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା କେନ୍ଦୁଗୁଡ଼ା ଗାଁରୁ। ଗାଁର ଅଜୁର୍ନ ଦୁରୁଆ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଏପରି ନିର୍ଯାତନାର ଶିକାର ହୋଇଛନ୍ତି। କୌଣସି ମତେ ସେଠାରୁ ଖସି ଆସି ଗାଁରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି।

ମିଳିଥିବା ସୂଚନା ମୁତାବକ ଅଜୁର୍ନ ପ୍ରାୟ ୩ ମାସ ତଳେ ବୋରୱେଲ ଖୋଳା କାମ କରିବାକୁ ମୁଣ୍ଡାପୁଟ ଗାଁର ଦଲାଲ ପୂର୍ଣ୍ଣ ସାନ୍ତାଙ୍କ ସହ ହାଇଦ୍ରାବାଦ ଯାଇଥିଲେ। ସେଠାରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଦିନକୁ ଦିନ ନିର୍ଯାତନା ବଢିବା ସହ ତାଙ୍କ ଆଖି ତାଡି ଦିଆଯାଇଥିଲା। ଗତ କାର୍ତ୍ତିକ ପୂର୍ଣ୍ଣମୀ ଦିନ କେହି ଜଣେ ଅଜୁର୍ନର ବାପା ବଳିରାମଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ହେଲେ ସେ ସମୟରେ ଘର ଲୋକେ ଏହାକୁ ବିଶ୍ୱାସ କରି ନ ଥିଲେ। କେହି ସେମାନଙ୍କ ସହ ମଜ୍ଜା କରୁଥିବା ସେମାନେ ଭାବିଥିଲେ। ତେବେ ଗତ ୧୨ ତାରିଖରେ ଅଜୁର୍ନ ଗାଁରେ ପହଞ୍ଚିବା ପରେ ପୁଅର ଏପରି ଅବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ମଙ୍ଗଳବାର ଅଜୁର୍ନଙ୍କୁ ଧରି ବଳରାମ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ଶ୍ରମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି।

Related story