ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ଚମକିବେ ଓଡ଼ିଆ ଝିଅ ପ୍ରାଞ୍ଜଲ

ଜୟପୁର (ଟି.ଗୌରୀଶଙ୍କର): ଦିନେ ସେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୟରେ ବିମୋହିତ ହୋଇଥିଲେ। ଆଉ ତାଙ୍କ ପରି ଅଭିନୟ କରିବେ ବୋଲି ଭାବିଥିଲେ। ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ କରିବେ ଆଶା ଓ ବିଶ୍ୱାସ ରଖିଥିଲେ। ତେବେ ଏଥିପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଜାଣିଥିଲେ। ତଥାପି ଅଭିନୟକୁ ପେଶା କରିବାକୁ ସେ ମନ ବଳାଇଛନ୍ତି। ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ ପାଇଁ ଚୟନ ହୋଇଥିବା ପ୍ରାଞ୍ଜଲ ପାତ୍ର ଏହା କହିଛନ୍ତି। କୋରାପୁଟର ଝିଅ ହେଉଛନ୍ତି […]

heroin

Manoranjan Sial
  • Published: Friday, 10 July 2020
  • , Updated: 10 July 2020, 10:10 PM IST

ଜୟପୁର (ଟି.ଗୌରୀଶଙ୍କର): ଦିନେ ସେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୟରେ ବିମୋହିତ ହୋଇଥିଲେ। ଆଉ ତାଙ୍କ ପରି ଅଭିନୟ କରିବେ ବୋଲି ଭାବିଥିଲେ। ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ କରିବେ ଆଶା ଓ ବିଶ୍ୱାସ ରଖିଥିଲେ। ତେବେ ଏଥିପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଜାଣିଥିଲେ। ତଥାପି ଅଭିନୟକୁ ପେଶା କରିବାକୁ ସେ ମନ ବଳାଇଛନ୍ତି। ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ ପାଇଁ ଚୟନ ହୋଇଥିବା ପ୍ରାଞ୍ଜଲ ପାତ୍ର ଏହା କହିଛନ୍ତି।

କୋରାପୁଟର ଝିଅ ହେଉଛନ୍ତି ପ୍ରାଞ୍ଜଲ। ସେ କୋରାପୁଟ ସାଇନ୍ସ ଇଣ୍ଟରନ୍ୟାସନାଲ୍‌ କଲେଜରୁ ଗ୍ରାଜୁଏସନ୍‌ ପାସ କରିଛନ୍ତି। ମାଇକ୍ରୋ ବାୟୋଲୋଜି ପାଠ ପଢ଼ିବାକୁ ଆଗ୍ରହ ରଖିଛନ୍ତି। ପାଠ ପଢ଼ା ସହିତ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ରହିଛି। ସେଥିପାଇଁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଜିରୋନ୍‌ ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ଆୟୋଜିତ ମିଷ୍ଟର ଓ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଛନ୍ତି।

ପ୍ରାଞ୍ଜଲ ଦୁଇଟି ପର୍ଯ୍ୟାୟ ଅତିକ୍ରମ କରି ତୃତୀୟ ରାଉଣ୍ଡ ଅର୍ଥାତ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଏହି ରାଉଣ୍ଡରେ ସମଗ୍ର ଭାରତ ବର୍ଷରୁ ୧୪୭ ଜଣ ପ୍ରତିଯୋଗି ଭାଗ ନେଇଛନ୍ତି। କୋଭିଡ୍‌ କଟକଣା ଯୋଗୁ ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇପାରି ନାହିଁ। ତେବେ ଦେଶରୁ କୋଭିଡ୍‌ କଟକଣା ହଟିଲେ ସେମିଫାଇନାଲ୍‌ ରାଉଣ୍ଡ ହେବ ବୋଲି ପ୍ରାଞ୍ଜଲ କହିଛନ୍ତି।

https://www.facebook.com/OdishaReporter/videos/293502291769067/?t=38

ସେ ଗହିଛନ୍ତି-“ସେମିଫାଇନାଲ୍‌କୁ ଯିବା ପୂର୍ବରୁ ଦୁଇଟି ରାଉଣ୍ଡରେ ପ୍ରତିଯୋଗିତା ହୋଇଥିଲା। ପ୍ରଥମ ରାଉଣ୍ଡରେ ପିକ୍‌ ସିଲେକ୍‌ସନ୍‌ କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡରେ ଅନ୍‌ଲାଇନ୍‌ରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏହା ପରେ ସେମିଫାଇନାଲ୍‌ ପାଇଁ ଲିଷ୍ଟ ବାହାରିଥିଲା। ଏଥିରେ ମୋ ନାଁ ଥିବାରୁ ମୁଁ ବହୁତ ଖୁସି ଅଛି। ବର୍ତ୍ତମାନ ସେମିଫାଇନାଲ୍‌ ରାଉଣ୍ଡ ପାଇଁ ପ୍ରସ୍ତୁତି ଚାଲିଛି।”

Related story