ନାବାଳିକାକୁ ଗଣଦୁଷ୍କର୍ମ ପ୍ରତିବାଦରେ କୁନ୍ଦୁଲିରେ ରାସ୍ତା ଅବରୋଧ; ଯାନବାହନ ଚଳାଚଳ ଠପ୍

Ordigital Desk
  • Published: Wednesday, 11 October 2017
  • , Updated: 11 October 2017, 10:22 AM IST
<p>କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସୋରିଷପଦର ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। କୁନ୍ଦୁଲି ଠାରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ଯୋଗୁଁ ଜୟପୁର-ବିଶାଖାପାଟଣା ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। କିଛି ବସ୍ ରାୟଗଡ଼ାକୁ ଫେରି ବ୍ରହ୍ମପୁର ଓ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି। କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।</p> <p>ଏଭଳି ଜଘନ୍ୟ ଘଟଣାକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ଘଟଣା ପଛରେ ସୁରକ୍ଷାକର୍ମୀ ନା ସେମାନଙ୍କ ବେଶରେ ଆଉ କିଏ ଥିଲା- ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ।</p> <p>ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୀଡ଼ିତା ଜଣଙ୍କ ଗତକାଲି ସ୍କୁଲରୁ ଆସି ପାସପୋର୍ଟ ଫଟୋ ଉଠାଇବା ପାଇଁ କୁନ୍ଦୁଲି ହାଟପଦା ଯାଇଥିଲେ। ସେଠାରୁ ଏକୁଟିଆ ଫେରିବା ବେଳେ ଡ୍ରେସରେ ଥିବା ୪ଜଣ ଯବାନ ତାଙ୍କ ମୁହଁରେ ଓଢ଼ଣି ବାନ୍ଧି ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। &nbsp;ସ୍ଥାନୀୟ ଲୋକେ ଏନେଇ ନାବାଳିକାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ କୁନ୍ଦୁଲି &nbsp;ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ &nbsp;କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।</p> <p>ଲାଲବାହିନୀ ବିରୋଧରେ ଅପରେସନ୍ ପାଇଁ କୋରାପୁଟରେ ସିଆରପିଏଫର କୋବ୍ରା ଯବାନଙ୍କ ସହ ବିଏସ୍ଏଫ୍ ମଧ୍ୟ ମୁତୟନ ଅଛନ୍ତି। ହେଲେ ଏ ଘଟଣା ସହ ସିଆରପିଏଫ ଓ ବିଏସ୍ଏଫ୍ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଉଭୟ ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିବା ଏଏସପି ସୂଚନା ଦେଇଛନ୍ତି।</p>

Related story