କୋରାପୁଟ: ଥଇଥାନ ଦାବିରେ ହାଲ କମ୍ପାନୀ ପରିସର ଜମିରେ ଚାଷ କଲେ ବିସ୍ଥାପିତ

କୋରାପୁଟ: ସୁନାବେଡାସ୍ଥିତ ହାଲ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ନେଇ ବିବାଦ ଜୋର ଧରୁଛି। ବିସ୍ଥାପିତମାନେ କମ୍ପାନୀ ପରିସରରେ ଥିବା ବଳକା ଜମିରେ ଚାଷ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହାଲ ବିସ୍ଥାପିତ ସଂଘ ସଭାପତି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ହାଲ କମ୍ପାନୀ ପ୍ରତିଷ୍ଠା ବେଳେ ବିସ୍ଥାପିତମାନଙ୍କ ଥଇଥାନ ଲାଗି ପ୍ରାୟ ୫ କୋଟି ଟଙ୍କ। ବ୍ୟୟରେ ମୋହନପଡ଼ା ପାହାଡ଼ ଉପରେ ଥଇଥାନ କଲୋନୀ ନିର୍ମାଣ […]

koraput

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 04:44 AM IST

କୋରାପୁଟ: ସୁନାବେଡାସ୍ଥିତ ହାଲ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ନେଇ ବିବାଦ ଜୋର ଧରୁଛି। ବିସ୍ଥାପିତମାନେ କମ୍ପାନୀ ପରିସରରେ ଥିବା ବଳକା ଜମିରେ ଚାଷ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହାଲ ବିସ୍ଥାପିତ ସଂଘ ସଭାପତି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ହାଲ କମ୍ପାନୀ ପ୍ରତିଷ୍ଠା ବେଳେ ବିସ୍ଥାପିତମାନଙ୍କ ଥଇଥାନ ଲାଗି ପ୍ରାୟ ୫ କୋଟି ଟଙ୍କ। ବ୍ୟୟରେ ମୋହନପଡ଼ା ପାହାଡ଼ ଉପରେ ଥଇଥାନ କଲୋନୀ ନିର୍ମାଣ କରାଯାଇଥିଲା । ମାତ୍ର ବିସ୍ଥାପିତମାନେ ସେଠାକୁ ଯିବାକୁ ରାଜି ହେଉ ନ ଥିବାରୁ ଏହା ଏବେ ଭୂତକୋଠି ପାଲଟିବାକୁ ବସିଲାଣି। ଏହି କଲୋନୀରେ ବିସ୍ଥାପିତଙ୍କ ପାଇଁ ପାନୀୟଜଳ, ବିଜୁଳି ଯୋଗାଣ ସହ ପ୍ରାୟ ୩୦ ଏକର ଜଳସେଚିତ ଜମି ମଧ୍ୟ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି କୋରାପୁଟ ପିଡି ଡିଆରଡିଏ।

Related story