ଦେଖିଦେଲେ ପଡ଼ିଶା ଘର, ଧରାପଡ଼ି ବନ୍ଧା ହେଲେ

କୋରାପୁଟ (ଚିତ୍ତରଞ୍ଜନ ଚୌଧୁରୀ): ଚୋରଙ୍କ ସାହସକୁ ମାନିବାକୁ ପଡ଼ିବ। ଦିନ ଦି’ପହରରେ ଜଣଙ୍କ ଘରେ ପଶିବା ପାଇଁ ଛାତ ଉପରେ ପଢ଼ୁଥିଲେ। ପଡ଼ୋଶୀ ଦେଖିଦେବାରୁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଜଣକୁ ଗାଁ ଲୋକେ ମାଡ଼ିବସି ପୋଲିସ ଜିମାରେ ଦେଇଛନ୍ତି। ଏପରି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଆଜି ସକାଳେ ୩ ଜଣ ଯୁବକ ଆଦିତ୍ୟନଗର ଅଞ୍ଚଳରେ ଘରକୁ ଘର ବୁଲି କିଛି ମରାମତି ହେବକି ପଚାରି ବୁଝୁଥିଲେ। ଗାଁରେ ସ୍ଥିତି ପରକ୍ଷିବା ପରେ ୩ […]

chata

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 05:53 PM IST

କୋରାପୁଟ (ଚିତ୍ତରଞ୍ଜନ ଚୌଧୁରୀ): ଚୋରଙ୍କ ସାହସକୁ ମାନିବାକୁ ପଡ଼ିବ। ଦିନ ଦି’ପହରରେ ଜଣଙ୍କ ଘରେ ପଶିବା ପାଇଁ ଛାତ ଉପରେ ପଢ଼ୁଥିଲେ। ପଡ଼ୋଶୀ ଦେଖିଦେବାରୁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଜଣକୁ ଗାଁ ଲୋକେ ମାଡ଼ିବସି ପୋଲିସ ଜିମାରେ ଦେଇଛନ୍ତି। ଏପରି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି।

ଆଜି ସକାଳେ ୩ ଜଣ ଯୁବକ ଆଦିତ୍ୟନଗର ଅଞ୍ଚଳରେ ଘରକୁ ଘର ବୁଲି କିଛି ମରାମତି ହେବକି ପଚାରି ବୁଝୁଥିଲେ। ଗାଁରେ ସ୍ଥିତି ପରକ୍ଷିବା ପରେ ୩ ଜଣ ଯୁବକ ସ୍ୱାଇଁବାବୁଙ୍କ ଘରର ଛାଚ ଉପରକୁ ପଢ଼ୁଥିଲେ। ଗାଁ ଲୋକେ ଦେଖି ହୋ-ହଲ୍ଲା କରିବାକୁ ସେମାନେ ପଳାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଗାଁ ଲୋକେ କାବି କରିନେଇ କୋରାପୁଟ୍‌ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ସେମାନଙ୍କ ପରିଚୟ ଜଣାପଡ଼ିନାହିଁ।

Related story