କୋରାପୁଟ: ଉମୁରୀ ଓ କାନ୍ଦୁଲବେଡ଼ା ସେବାଶ୍ରମ ପରିଦର୍ଶନ କଲେ ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ

ଜୟପୁର: ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାମେଶ୍ୱରମ ଓରାନ୍ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସିଥିଲେ। ତାଙ୍କ ସହିତ ଏକ ୫ ଜଣ ପ୍ରତିନିଧି ଦଳ ମଧ୍ୟ ଆସିଥିଲା। କୋରାପୁଟରେ ପହଞ୍ଚିବା ପରେ ପ୍ରଥମେ ସେ ଏହି ପ୍ରତିନିଧି ଦଳ ସହ ଜୟପୁର ବ୍ଲକ ଅନ୍ତର୍ଗତ ଉମୁରୀ ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ। ଆଶ୍ରମର ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ, ଏବଂ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ।  ପରେ ଏହି ଟିମ୍ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ […]

NCST team at koraput

NCST team at koraput

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 10:27 AM IST

Sports

Latest News

NCST team at koraputଜୟପୁର: ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାମେଶ୍ୱରମ ଓରାନ୍ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସିଥିଲେ। ତାଙ୍କ ସହିତ ଏକ ୫ ଜଣ ପ୍ରତିନିଧି ଦଳ ମଧ୍ୟ ଆସିଥିଲା। କୋରାପୁଟରେ ପହଞ୍ଚିବା ପରେ ପ୍ରଥମେ ସେ ଏହି ପ୍ରତିନିଧି ଦଳ ସହ ଜୟପୁର ବ୍ଲକ ଅନ୍ତର୍ଗତ ଉମୁରୀ ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ। ଆଶ୍ରମର ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ, ଏବଂ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ।  ପରେ ଏହି ଟିମ୍ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କାନ୍ଦୁଲବେଡା ସେବାଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ।

ଗତ ଫେବୃୟାରୀ ୪ରେ ଉମୁରୀ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ୱା ହୋଇଥିଲା। ସେହିପରି ଗତ ମେ ୩ରେ କାନ୍ଦୁରବେଡା ସେବାଶ୍ରମ ସ୍କୁଲର ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ପରେ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ଏ ନେଇ ଅଭିଯୋଗ ପାଇବା ପରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଉଦବେଗ ପ୍ରକାଶ କରିଥିଲେ।

ଶ୍ରୀ ଓରାନଙ୍କ ଏହି ଗସ୍ତ ବେଳେ ଜିଲ୍ଲାପାଳ ଭି.ଜୟକୁମାର, ଏସପି ଚରଣ ସିଂହ ମୀନା, ପିଏ ଆଇଟିଡିଏ, ଉପ-ଜିଲ୍ଲାପାଳ, ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos