ଜବରଦଖଲ ଉଚ୍ଛେଦ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚାପୁଡ଼ା !

କୋରାପୁଟ: ଜବରଦଖଲ ଉଚ୍ଛେଦ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଅଭିଯୋଗ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ସୁନାବେଡା ମ୍ୟୁନିସିପାଲିଟିରେ ଘଟିଛି। ସୁନାବେଡା ମ୍ୟୁନିସିପାଲିଟି ତରଫରୁ ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ୩୩ ଜଣଙ୍କୁ ନୋଟିସ କରାଯାଇଥିଲା। କିନ୍ତୁ ଜବରଦଲଖଲକାରୀମାନେ ଜାଗା ଛାଡ଼ି ନଥିଲେ। ଯାହାଦ୍ୱାରା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଆଜି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏପରିକି ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ଘର ଭାଙ୍ଗିବାକୁ […]

koraput

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 06:49 PM IST

କୋରାପୁଟ: ଜବରଦଖଲ ଉଚ୍ଛେଦ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଅଭିଯୋଗ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ସୁନାବେଡା ମ୍ୟୁନିସିପାଲିଟିରେ ଘଟିଛି।

ସୁନାବେଡା ମ୍ୟୁନିସିପାଲିଟି ତରଫରୁ ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ୩୩ ଜଣଙ୍କୁ ନୋଟିସ କରାଯାଇଥିଲା। କିନ୍ତୁ ଜବରଦଲଖଲକାରୀମାନେ ଜାଗା ଛାଡ଼ି ନଥିଲେ। ଯାହାଦ୍ୱାରା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଆଜି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏପରିକି ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ଘର ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ଜିଦ୍‌ ଧରିବା ସହ ରାସ୍ତାରୋକ କରିଥିଲେ। ତେବେ ମ୍ୟୁନିସିପାଲିଟିର କାର୍ଯ୍ୟନୀର୍ବାହୀ ଅଧିକାରୀ ଆଲେକ ରଂଜନ ସାମନ୍ତରାୟ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ଜଣେ ଲୋକ ତାଙ୍କୁ ଚାପୁଡ଼ ମାରିଥିବା ଅଭିଯୋଗ ହୋଇଛି। ମାତ୍ର ଏହାକୁ ମାଡ଼ ମାରିଥିବା ଯୁବକ ଖଣ୍ଡନ କରିଛନ୍ତି।

Related story