Advertisment

Love and Death: ଝୁଲି ପଡ଼ିଲେ ପ୍ରେମିକା, ନଦୀକୁ ଡେଇଁଲେ ପ୍ରେମିକ

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କ ପ୍ରେମିକ ବିଶାଳ ମାଲିଗୁଡ଼ା ନଦୀକୁ ଡେଇଁ ପଡ଼ିଥିଲେ। ସେମିଳିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଖୋଜ ବିଶାଳଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ରାତି ବଢ଼ିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

Lovers died

ମୃତ ବିଶାଲ ଓ ମୃତ ଛାତ୍ରୀ Photograph: (ଫାଇଲ ଫଟୋ)

Advertisment

କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଡିପି କ୍ୟାମ୍ପ ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀ ଓ ତାଙ୍କ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମିକାଙ୍କ ମୃତ୍ୟୁ ଖବର ପାଇ ପ୍ରେମିକ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ପୂରା ଡିପି କ୍ୟାମ୍ପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment

ଉଭୟ ମୃତକ ଡିପି କ୍ୟାମ୍ପର ବାସିନ୍ଦା ଥିଲେ। ମୃତ ଛାତ୍ରୀଙ୍କୁ ୧୮ ବର୍ଷ ହୋଇଥିଲା। ସେ ସୁନାବେଡ଼ାର ଏସି କଲେଜରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ସେହିପରି ତାଙ୍କ ପ୍ରେମିକ କୁହାଯାଉଥିବା ଯୁବକଙ୍କ ନାଁ ବିଶାଳ କୁମାର ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା। ସେ କର୍ଣ୍ଣାଟକାର ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରୁଥିଲେ।

ସୂଚନା ଅନୁଯାୟୀ, ଗତକାଲି ସକାଳ ୫ଟାରୁ ୧୧ଟା ମଧ୍ୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମା’ ଘରେ ନଥିବା ବେଳେ ସେ ଏପରି ଏକ ପଦକ୍ଷେପ ନେଇଥିଲେ। ସେ ତାଙ୍କ ଓଢ଼ଣିରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ।

Advertisment

ଏହି କଥା ଜଣାପଡ଼ିବା ପରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କ ପ୍ରେମିକ ବିଶାଳ ମାଲିଗୁଡ଼ା ନଦୀକୁ ଡେଇଁ ପଡ଼ିଥିଲେ। ସେମିଳିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଖୋଜ ବିଶାଳଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ରାତି ବଢ଼ିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେମିଳିଗୁଡ଼ା ଅଗ୍ନିଶମ ବିଭାଗର ୮ ଜଣିଆ ଟିମ୍‌ ଏଥିରେ ସାମିଲ ହୋଇଥିଲେ। ନିଖୋଜ ହେବାର ୧୯ ଘଣ୍ଟା ପରେ ଆଜି ବିଶାଳଙ୍କ ମୃତଦେହ ମିଳିଥିଲା।

ବିଶାଳଙ୍କ ମୃତଦେହକୁ ସୁନାବେଡ଼ା ଥାନା ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ତାଙ୍କ ପ୍ରେମିକାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ନା ବ୍ରେକ୍‌ ଅପ୍ ହୋଇଯାଇଥିଲା ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନି। ସୁନାବେଡ଼ା ଥାନା ଏସଆଇ ନିର୍ମଳା ଲିମା ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଷୁମା କୁହଁର ସୂଚନା ଦେଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe