କୋଟିଆ ବିବାଦ: ଆନ୍ଧ୍ରର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୀମାବର୍ତ୍ତୀ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ସରକାର ଦ୍ୱାରା ପଂଚାୟତ ନିର୍ବାଚନ କରାଯିବା ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆନ୍ଧ୍ରପ୍ରଦେଶକୁ ଶକ୍ତ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ରିଟ୍ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି। ଆବେଦନକାରୀ କୁନେଟ୍ଟି କୁସେମ୍ମା ତାଙ୍କ ପିଟିସନରେ କୋଟିଆ ଗ୍ରାମ ପୁଞ୍ଜକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା ପାଇଁ ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ […]

Kotiaa

Ordigital Desk
  • Published: Monday, 21 March 2022
  • , Updated: 21 March 2022, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୀମାବର୍ତ୍ତୀ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ସରକାର ଦ୍ୱାରା ପଂଚାୟତ ନିର୍ବାଚନ କରାଯିବା ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆନ୍ଧ୍ରପ୍ରଦେଶକୁ ଶକ୍ତ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ରିଟ୍ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି। ଆବେଦନକାରୀ କୁନେଟ୍ଟି କୁସେମ୍ମା ତାଙ୍କ ପିଟିସନରେ କୋଟିଆ ଗ୍ରାମ ପୁଞ୍ଜକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା ପାଇଁ ଅନୁରୋଧ କରିଥିଲେ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଓଡ଼ିଶା ବିରୁଦ୍ଧରେ ଆବେଦନକାରୀ କୁନେଟି କୁସେମ୍ମା ଓ ଅନ୍ୟମାନଙ୍କର ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ନିଜକୁ ବିବାଦୀୟ କୋଟିଆ ଗ୍ରାମ ପୁଞ୍ଜରେ ଆନ୍ଧ୍ରପ୍ରଦେଶର ନିର୍ବାଚିତ ପଂଚାୟତ ସମିତି ପ୍ରତିନିଧି ବୋଲି ଦର୍ଶାଇବା ସହ କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା ପାଇଁ ଅନୁରୋଧ କରିଥିଲେ ।

ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଶିବଶଙ୍କର ମିଶ୍ର ଯୁକ୍ତି ବାଢ଼ି କହିଥିଲେ ଯେ ଓଡ଼ିଶା ସରକାରଙ୍କ ଦ୍ୱାରା କୋଟିଆରେ ସଫଳତାର ସହ ପଂଚାୟତ ନିର୍ବାଚନ ସମ୍ପନ୍ନ ହୋଇଛି । ଆନ୍ଧ୍ର ପ୍ରଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଓରିଜିନାଲ ସୁଟ୍ ମାମଲା ବିଚାରଧୀନ ରହିଛି । ତେବେ ୨୦୨୧ରେ ଏହି ବିବାଦୀୟ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ସ୍ଥାନୀୟ ନିର୍ବାଚନ କରାଇଥିବାରୁ ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ ।
ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଦାଏର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଥିବା ଜଣାପଡ଼ିଛି ।

Related story