ପିପିଲି: କୌଶଲ୍ୟାପୁର ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ

ପିପିଲି: ପିପିଲି ସ୍ଥିତ ପମ୍ପସରା ପଞ୍ଚାୟତର କୌଶଲ୍ୟାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଶିକ୍ଷୟିତ୍ରୀଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆସିଛି। ଦୁଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଅନୁସୂଚିତ ଜାତି ବର୍ଗର ୨୭ ଜଣ ଛାତ୍ରଛାତ୍ରୀ। ଏହି ଶିକ୍ଷୟିତ୍ରୀ ଦୁଇଜଣ ଜାତିଆଣ ଆକ୍ଷେପ କରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି। ଛାତ୍ରଛାତ୍ରୀମାନେ ପୁରୀ ଆମ୍ବେଡକର ସ୍ମୃତି ପରିଷଦ ଜରିଆରେ ଆସି ଥାନାରେ ଅଭିଯୋଗ କରିଥିଲେ । […]

pipili

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 04:49 AM IST

ପିପିଲି: ପିପିଲି ସ୍ଥିତ ପମ୍ପସରା ପଞ୍ଚାୟତର କୌଶଲ୍ୟାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଶିକ୍ଷୟିତ୍ରୀଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆସିଛି। ଦୁଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଅନୁସୂଚିତ ଜାତି ବର୍ଗର ୨୭ ଜଣ ଛାତ୍ରଛାତ୍ରୀ। ଏହି ଶିକ୍ଷୟିତ୍ରୀ ଦୁଇଜଣ ଜାତିଆଣ ଆକ୍ଷେପ କରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି। ଛାତ୍ରଛାତ୍ରୀମାନେ ପୁରୀ ଆମ୍ବେଡକର ସ୍ମୃତି ପରିଷଦ ଜରିଆରେ ଆସି ଥାନାରେ ଅଭିଯୋଗ କରିଥିଲେ । ସେପଟେ ଅଭିଯୋଗକୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦୁଇଜଣ ଖଣ୍ଡନ କରିଛନ୍ତି। ଏ ନେଇ ଏସଡିପିଓ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

Related story