କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବେ ବୋଲି ଜାଣିଥିଲେ କି ସରକାରୀ ବାବୁ: କାହିଁକି ଜୋର ଜବରଦସ୍ତ ନେଇଥିଲେ ଟିପ ଚିହ୍ନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅର ମୃତ୍ୟୁ ପରେ ମୁହଁ ଖୋଲିଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ମା। ପୀଡ଼ିତା ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ସମୟରେ କୋରାପୁଟ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏକ କାଗଜରେ ତାଙ୍କ ଟିପ ଚିହ୍ନ ନିଆଯାଇଥିଲା। ଭବିଷ୍ୟତରେ କୌଣସି ଅପ୍ରୀତିକର ଘଟଣା ଘଟିଲେ କିମ୍ବା ଝିଅ ଆତ୍ମହତ୍ୟା କଲେ ସେ ଦାୟୀ ରହିବେ ବୋଲି ସେଥିରେ ଲେଖା ରହିଥିଲା। ତେବେ ପୀଡ଼ିତାଙ୍କ ମା ଏହାକୁ ଅସ୍ୱୀକାର କରିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେ ପଢ଼ାଲେଖା […]

kunduli dead body

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 12:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝିଅର ମୃତ୍ୟୁ ପରେ ମୁହଁ ଖୋଲିଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ମା। ପୀଡ଼ିତା ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ସମୟରେ କୋରାପୁଟ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏକ କାଗଜରେ ତାଙ୍କ ଟିପ ଚିହ୍ନ ନିଆଯାଇଥିଲା। ଭବିଷ୍ୟତରେ କୌଣସି ଅପ୍ରୀତିକର ଘଟଣା ଘଟିଲେ କିମ୍ବା ଝିଅ ଆତ୍ମହତ୍ୟା କଲେ ସେ ଦାୟୀ ରହିବେ ବୋଲି ସେଥିରେ ଲେଖା ରହିଥିଲା। ତେବେ ପୀଡ଼ିତାଙ୍କ ମା ଏହାକୁ ଅସ୍ୱୀକାର କରିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେ ପଢ଼ାଲେଖା ଜାଣିନାହାଁନ୍ତି ତେଣୁ ଏଭଳି କିଛି ସେ କହି ନାହାଁନ୍ତି କି ଲେଖି ନାହାଁନ୍ତି। ସେଠାରେ ଥିବା ସରକାରୀ ବାବୁ ମାନେ ଜୋର କରି ତାଙ୍କ ଟିପ ଚିହ୍ନ କାଗଜରେ ନେଇଥିଲେ। ସେଥିରେ କଣ ଲେଖାରହିଥିଲା ସେ ଜାଣିନାହାଁନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ବେଳେ ସାଧା କାଗଜରେ ଟିପଚିହ୍ନ ନିଆଯାଇଥିଲା ବୋଲି କୁନ୍ଦୁଲି ପୀଡ଼ିତାଙ୍କ ମା କହିଛନ୍ତି।

https://youtu.be/kWOuxvm4zik?t=12

Related story