କୁହୁଡ଼ି ଯୋଗୁଁ ରେଳ ସେବା ପ୍ରଭାବିତ

ଭୁବନେଶ୍ୱର: କୁହୁଡ଼ି ପାଗ ଯୋଗୁଁ ଆଗକୁ କେତେକ ଟ୍ରେନ ସେବାକୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବାତିଲ କରାଯାଇଛି। ମଙ୍ଗଳବାର ଓ ଶୁକ୍ରବାର ଚାଲୁଥିବା ପୁରୀ ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସକୁ ଜାନୁୟାରୀ ୮ତାରିଖରୁ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ଟାଟା ଦେଇ ପ୍ରତ୍ୟେକ ମଙ୍ଗଳବାର ଦିନ ଯାଉଥିବା ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଜାନୁୟାରୀ ୧୨ରୁ ଫେବୃୟାରୀ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ମଙ୍ଗଳବାର ଚାଲୁଥିବା ପୁରୀ ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ଜାନୁୟାରୀ ୧୧ରୁ […]

TRAIN

Rakesh Mallick
  • Published: Saturday, 02 January 2016
  • , Updated: 02 January 2016, 06:31 AM IST

ଭୁବନେଶ୍ୱର: କୁହୁଡ଼ି ପାଗ ଯୋଗୁଁ ଆଗକୁ କେତେକ ଟ୍ରେନ ସେବାକୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବାତିଲ କରାଯାଇଛି। ମଙ୍ଗଳବାର ଓ ଶୁକ୍ରବାର ଚାଲୁଥିବା ପୁରୀ ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସକୁ ଜାନୁୟାରୀ ୮ତାରିଖରୁ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ଟାଟା ଦେଇ ପ୍ରତ୍ୟେକ ମଙ୍ଗଳବାର ଦିନ ଯାଉଥିବା ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଜାନୁୟାରୀ ୧୨ରୁ ଫେବୃୟାରୀ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ମଙ୍ଗଳବାର ଚାଲୁଥିବା ପୁରୀ ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ଜାନୁୟାରୀ ୧୧ରୁ ଫେବୃୟାରୀ ୨୯ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ଆଉ କିଛି ଟ୍ରେନକୁ ବାତିଲ କରାଯାଇଛି।

Related story