କୂଳ ଖାଉଛି ମହାନଦୀ: ଆଶଂକାରେ ବୌଦ୍ଧର ୧୦୦ରୁ ଅଧିକ ଗାଁ ଲୋକେ

ବୌଦ୍ଧ: କୂଳ ଖାଉଛି ମହାନଦୀ ଓ ଏହାର ଶାଖାନଦୀ ତେଲ। ଫଳରେ ବୌଦ୍ଧ ଜିଲ୍ଲାର ୧୦୦ରୁ ଅଧିକ ରାଜସ୍ୱ ଗାଁର ଲୋକେ ଆଶଂକା ମଧ୍ୟରେ ରହିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଅବା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ଏହି ଗାଁଗୁଡ଼ିକ ଭବିଷ୍ୟତରେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।

boudha2

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 06:48 AM IST

ବୌଦ୍ଧ: କୂଳ ଖାଉଛି ମହାନଦୀ ଓ ଏହାର ଶାଖାନଦୀ ତେଲ। ଫଳରେ ବୌଦ୍ଧ ଜିଲ୍ଲାର ୧୦୦ରୁ ଅଧିକ ରାଜସ୍ୱ ଗାଁର ଲୋକେ ଆଶଂକା ମଧ୍ୟରେ ରହିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଅବା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ଏହି ଗାଁଗୁଡ଼ିକ ଭବିଷ୍ୟତରେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।

ବୌଦ୍ଧ ଜିଲ୍ଲାର ଗୋଟିଏ ପଟରେ ଅଛି ମହାନଦୀ ଓ ଆଉ ଗୋଟିଏ ପଟରେ ଅଛି ତେଲ। ପ୍ରତିବର୍ଷ ବର୍ଷା ଦିନରେ ବଢ଼ି ପାଣି ଆସି କୂଳ ଖାଇ ଯାଉଛି। ଦୁଇଟି ଯାକ ନଦୀ କୂଳ ଖାଉଥିବା ଯୋଗୁ ଧୀରେ ଧୀରେ ୧୦୦ରୁ ଅଧିକ ଗାଁର ଅନେକ ଜମି ନଦୀରେ ଲୀନ ହୋଇଗଲାଣି। ଆଉ କେତେକ ଲୀନ ହେବାକୁ ବସିଛନ୍ତି। ଏକାଧିକ ଘରଦ୍ୱାର ମଧ୍ୟ ଭାଙ୍ଗି ଗଲାଣି। ପୁଣି ନଦୀ କୂଳ ଖାଇ ଯାଉଥିବା ଯୋଗୁ ନଦୀରେ ବନ୍ୟା ଜଳ ଆସିଲେ ଗାଁଗୁଡ଼ିକ ଭିତରକୁ ୩୦ ରୁ ୪୦ ମିଟର ମାଡ଼ି ଆସୁଛି। ଏପରିକି ନଦୀ ସାମାନ୍ୟ ଫୁଲି ଉଠିଲେ ବି ଏହି ଗାଁଗୁଡ଼ିକୁ ପଶି ଆସୁଛି ପାଣି।

ଜିଲ୍ଲାର କଣ୍ଟାମାଳ ବ୍ଲକଠାରୁ ବୌଦ୍ଧ ମୁଖ୍ୟ ସହର ଦେଇ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ୨୫୦ରୁ ଊର୍ଦ୍ଧ୍ୱ କିଲୋମିଟର କୂଳ ଖାଇ ମହାନଦୀ କ୍ରମଶଃ ଓସାରିଆ ହେବାରେ ଲାଗିଛି ବୋଲି କହିଛନ୍ତି ହରଭଙ୍ଗା ଗାଁର ସଚୀନ୍ଦ୍ର ସାହୁ ଓ କୁମର ବେହେରା। ସେମାନେ ଅଭିଯୋଗ କରିଛନ୍ତି ଯେ ଏଥିପାଇଁ ସରକାର କିଛି ଠୋସ୍ ପଦକ୍ଷେପ ନେଉନାହାନ୍ତି। କାଁ ଭାଁ କିଛି ଗାଁରେ ମହାନଦୀ କୂଳରେ ପ୍ରୋଟେକ୍ସନ ୱାଲ୍ କରାଯାଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ଏହି କାମଗୁଡ଼ିକ ଅତି ନିମ୍ନମାନର ହୋଇଥିଲା। ଫଳରେ ସେଗୁଡ଼ିକ ଭାଙ୍ଗି ଯାଉଛି। ଆଗାମୀ ଦିନରେ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ସ୍ଥାୟୀ ସମାଧାନ କରା ନଗଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ମଲିକୁଦ ଗାଁର ନାରାୟଣ ସେଠି।

ଅନ୍ୟପକ୍ଷରେ ବୌଦ୍ଧ ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାମ ଗୋପାଲ ରାଓ କହିଛନ୍ତି ଯେ ପ୍ରୋଟେକ୍ସନ ୱାଲ୍ ନିର୍ମାଣ ପାଇଁ ଅନୁଦାନ ଆସିଛି। ବର୍ଷା ଋତୁ ପରେ କାମ ଆରମ୍ଭ କରାଯିବ।

Related story