କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ରଖି ରାଜପଥ ଅବରୋଧ: ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତାରେ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ। ଲୋକେ ମୃତଦେହକୁ ରାସ୍ତା ମଝିରେ ରଖି NH-୨୬ ଅବରୋଧ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରଖାନାରୁ ମୃତଦେହକୁ ଉଠାଇନେଇଥିଲେ। ରାଜପଥ ଅବରୋଧସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ରାମଚନ୍ଦ୍ର କାଡ଼ାମ୍ ଓ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ଅଛନ୍ତି। ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ୁ ନଥିଲେ। ନ୍ୟାୟ ନ ପାଇ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ […]

kunduli1

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 11:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତାରେ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ। ଲୋକେ ମୃତଦେହକୁ ରାସ୍ତା ମଝିରେ ରଖି NH-୨୬ ଅବରୋଧ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରଖାନାରୁ ମୃତଦେହକୁ ଉଠାଇନେଇଥିଲେ। ରାଜପଥ ଅବରୋଧସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ରାମଚନ୍ଦ୍ର କାଡ଼ାମ୍ ଓ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ଅଛନ୍ତି। ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ୁ ନଥିଲେ। ନ୍ୟାୟ ନ ପାଇ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପର୍ଯ୍ୟନ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନଛାଡ଼ିବାକୁ ଅଡ଼ି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ। ଉତ୍ତ୍ୟକ୍ତ ଲୋକେ ଗତକାଲିଠାରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡୁନାହାଁନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ଘରେ କେହି ନଥିବା ବେଳେ ଭିତର ପଟୁ କବାଟ ଦେଇ ଘରେ ଝୁଲିପଡ଼ିଥିଲେ ପୀଡ଼ିତା। ଦିନ ପ୍ରାୟ ସାଢ଼େ ୨ଟା ସମୟରେ ପରିବାର ଲୋକେ ଘରକୁ ଫେରି କବାଟ ବନ୍ଦ ଥିବା ଦେଖି ଡାକିଥିଲେ ମଧ୍ୟ କବାଟ ନଖୋଲିବାରୁ ସନ୍ଦେହରେ ଟାଇଲ୍ ଖୋଲି ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। କବାଟ ଭାଙ୍ଗି ତାଙ୍କୁ ତୁରନ୍ତ ଉଦ୍ଧାର କରି କୁନ୍ଦୁଲି ହସ୍ପିଟାଲ୍ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

https://www.youtube.com/watch?v=kWOuxvm4zik

Related story