ମିଳିମିଶି ଚାପି ଦେଇଥିଲେ, ଧରା ପଡ଼ିବାରୁ ଚାଲିଛି ଖୋଳତାଡ଼

Ordigital Desk
  • Published: Saturday, 27 January 2018
  • , Updated: 27 January 2018, 09:24 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡିତାଙ୍କୁ ଗଣବଳାତ୍କାର ନେଇ ରାଜ୍ୟ ଫୋରସେନିକ ଲାବ୍&zwnj;ର ତନାଘନା। ତେବେ ରିପୋର୍ଟର ସତ୍ୟତାକୁ ନୁହେଁ, ବରଂ କେମିତି ଭିତିରି ରିପୋର୍ଟ ପଦାକୁ ଆସି ଅଡୁଆ ସୃଷ୍ଟି କଲା, ସେନେଇ ଆରମ୍ଭ ହୋଇଛି ଅନୁସନ୍ଧାନ। ପ୍ରେସ ରିଲିଜ ଦେଇ ଓଟିଭି ଦେଖାଇଥିବା ରିପୋର୍ଟକୁ ପ୍ରିଲିମିନାରୀ ରିପୋର୍ଟ ବୋଲି କହିଥିବା ଫୋରେନସିକ ଲାବର ନିର୍ଦ୍ଦେଶକ ଆଜି କହିଛନ୍ତି ଚୂଡାନ୍ତ ରିପୋର୍ଟରେ ଗଣବଳାତ୍କାରର କୌଣସି ପ୍ରମାଣ ମିଳିନି। ତେବେ ପ୍ରଶ୍ନ ଉଠୁଛି, ପ୍ରିଲିମିନାରୀ ରିପୋର୍ଟରେ ଆସିଥିବା ତଥ୍ୟ ଚୂଡାନ୍ତ ରିପୋର୍ଟରେ ବଦଳିବା ପଛରେ କୌଣସି ବାହ୍ୟ ଚାପ ନଥିଲା କି? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।</p> <p>ଗତବର୍ଷ ଗତ ୧୭ ଅକ୍ଟୋବରରେ ରାଜ୍ୟ ଫୋରନେସିକ ଲାବର କୁନ୍ଦୁଲି ପୀଡ଼ିତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯେଉଁ ରିପୋର୍ଟରେ ପୀଡିତା ଅନ୍ତ୍ରବସ୍ତରେ ଦୁଇ ଜଣଙ୍କ ସିମେନର ନମୂନା ମିଳିଥିଲା। ଓଟିଭିରେ ଏହି ଖୁଲାସା ପରେ ପ୍ରେସ୍&zwnj; ରିଲିଜ ମାଧ୍ୟମରେ ଏହାକୁ ପ୍ରିଲିମିନାରୀ ଇଣ୍ଟର ଡିଭିଜିନାଲ ରିପୋର୍ଟ ବୋଲି କହିଥିଲେ ଲାବର ନିର୍ଦ୍ଦେଶକ। ଏବେ ଏହି ରିପୋର୍ଟର ସତ୍ୟତାକୁ ଅନୁସନ୍ଧାନ କରିବା ପରିବର୍ତ୍ତେ ଲାବର ଏହି ରିପୋର୍ଟ କେମିତି ବାହାରକୁ ଆସିଲା ତାର ତଦନ୍ତ ପାଇଁ ଇଣ୍ଟରନାଲ ଇନକ୍ୱାରୀ ଆରମ୍ଭ କରିଛନ୍ତି। ତେବେ କୋର୍ଟକୁ ଦିଆଯାଇଥିବା ଚୂଡାନ୍ତ ରିପୋର୍ଟରେ ସିମେନ୍ ଦାଗର ପ୍ରମାଣ ନଥିବା କହିଛନ୍ତି ନିର୍ଦ୍ଦେଶକ।</p> <p>ରିପୋର୍ଟରେ ଫରକକୁ ନେଇ ରାଜ୍ୟ ଫୋରସେନିକ ଲାବର ଭୂମିକା ଆପେ ଆପେ ସନ୍ଦେହ ଭିତରକୁ ଚାଲି ଯାଇଛି। ଫୋରସେନିକ ଲାବରେ ଦୀର୍ଘ ବର୍ଷ ଧରି ଏପରି ପରୀକ୍ଷା ନିରୀକ୍ଷା କରିଥିବା ବିଶେଷଜ୍ଞଙ୍କ କହିବା କଥା, ଇଣ୍ଟର-ଜିଭିଜନାଲ୍ ରିପୋର୍ଟକୁ ଆଧାର କରି ହିଁ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହୁଏ। ଇଣ୍ଟର-ଡିଭିଜନାଲ୍ ରିପୋର୍ଟରେ ଥିବା ତଥ୍ୟ ଚୂଡାନ୍ତ ରିପୋର୍ଟରେ ବଦଳିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରାଜ୍ୟ ଫୋରେନ୍&zwnj;ସିକ ଲାବ୍&zwnj; ପୂର୍ବତନ ଡେପୁଟି ଡାଇରେକ୍ଟର ଡକ୍ଟର ବିମଳେନ୍ଦୁ ରାୟ।</p>

Related story