କେବେ ମିଳିବ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ?  ମୂଳ ତଦନ୍ତ ଛାଡ଼ି ମିଡିଆ ପଛରେ କ୍ରାଇମ୍‌ବ୍ରାଞ୍ଚ

Ordigital Desk
  • Published: Saturday, 07 April 2018
  • , Updated: 07 April 2018, 08:46 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମ ଘଟଣାର ପ୍ରାୟ ୬ ମାସ ପରେ ବି ତଦନ୍ତକାରୀ ସଂସ୍ଥା ହାତ ଖାଲି। ମୂଳ ତଦନ୍ତ ଛାଡ଼ି ମିଡିଆ ପଛରେ &nbsp;ପଡ଼ିଛି କ୍ରାଇମବ୍ରାଞ୍ଚ।ଗଣଦୁଷ୍କର୍ମ ଘଟଣା ୬ମାସ ଏବଂ ପୀଡ଼ିତାଙ୍କ ଆତ୍ମହତ୍ୟାର ଅଢ଼େଇ ମାସ ପରେ ବି ତଦନ୍ତକାରୀ ସଂସ୍ଥାର ହାତ ଖାଲି । ଯେମିତିକି ସମୟ ଗଡ଼ିଯିବା ଏବଂ ସବୁ କଳଙ୍କର ଚିହ୍ନ ଲିଭିଯିବା ଅପେକ୍ଷାରେ ସମସ୍ତେ ଅଛନ୍ତି। &nbsp;କ୍ରାଇମ ବ୍ରାଞ୍ଚ&nbsp; ଓ ବିଚାର ବିଭାଗୀୟ ତଦନ୍ତ ଯେଉଁ ଗତିରେ ଚାଲିଛି ସେଥିରୁ ଯେ ନ୍ୟାୟ ମିଳିବ ସେ ଆଶା ଆଉ ପୀଡ଼ିତା ପରିବାରଙ୍କର ନାହିଁ । ଏପଟେ କିନ୍ତୁ ଦୁଷ୍କର୍ମ ମାମଲାର ତଦନ୍ତ ଅପେକ୍ଷା କ୍ରାଇମବ୍ରାଞ୍ଚ ଏବେ ଫୋରେନ୍&zwnj;ସିକ୍&zwnj; ରିପୋର୍ଟ ଲିକ୍&zwnj; ଖିଅ ଖୋଜିବାରେ ବ୍ୟସ୍ତ। &nbsp;କୁନ୍ଦୁଲି ପୀଡ଼ିତା ଜୀବନ ହାରିବାର ୟା ଭିତରେ ଅଢ଼େଇ ମାସ ବିତିଗଲାଣି ।</p> <p>କ୍ରାଇମ୍&zwnj;ବ୍ରାଞ୍ଚ ତଦନ୍ତ ଚାଲିଛି। &nbsp;ତା&rsquo; ସହିତ ବିଚାର ବିଭାଗୀୟ ତଦନ୍ତ ବି ଚାଲିଛି। ହେଲେ ଝିଅ ଜିଇଁ ଥିଲା ବେଳେ ଯେମିତି ବ୍ୟବସ୍ଥାରୁ ନ୍ୟାୟ ନପାଇ ପ୍ରତିମୁହୂର୍ତ୍ତରେ ମରୁଥିଲା ଠିକ୍&zwnj; ସେମିତି ଜଳୁଛନ୍ତି ପୀଡ଼ିତାଙ୍କ ପରିବାର । ମରିଯାଇଛି ରାଜ୍ୟ ସରକାରଙ୍କ ତଦନ୍ତ ଉପରୁ ପରିବାରର ଭରସା। ଅକ୍ଟୋବର ୧୦, ୨୦୧୭ରେ ପୀଡ଼ିତା ଅଭିଯୋଗ କଲେ ଯବାନଙ୍କ ଭଳି ପୋଷାକ ପିନ୍ଧିଥିବା ୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ହଇଚଇ ହେଲା। &nbsp;ପୋଲିସ୍ ତଦନ୍ତ କଲା। &nbsp;ତା&rsquo;ପରେ କ୍ରାଇମ୍&zwnj;ବ୍ରାଞ୍ଚ &nbsp;ତଦନ୍ତ ବି ଆରମ୍ଭ କଲା। &nbsp;ଏହାରି ଭିତରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇ ଏଚ୍ଆର୍&zwnj;ପିସି ଏଡିଜି କହିଲେ ପୀଡ଼ିତାଙ୍କୁ ଆଦୌ ଦୁଷ୍କର୍ମ ହୋଇନାହିଁ । ହେଲେ ତାର ଠିକ୍ ପରଦିନ କ୍ରାଇମ୍&zwnj;ବ୍ରାଞ୍ଚ ସହିତ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। &nbsp;କିନ୍ତୁ ଫଳ ଶୂନ୍ । &nbsp;&nbsp;କିଏ ଏହି ଘଟଣାର ମାଷ୍ଟରମାଇଣ୍ଡ, କେତେ ଜଣ ସାମିଲ ଥିଲେ? ସବୁ କିଛି ଏବେ ବି ରହସ୍ୟ ଘେରରେ। ସେହିପରି ପ୍ରଥମ ପର୍ଯ୍ୟାୟରେ ବିଚାର ବିଭାଗୀୟ ତଦନ୍ତ ସାରିବାକୁ ୩ ମାସ ଧାର୍ଯ୍ୟ &nbsp;ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆଉ ତିନିମାସ ବଢ଼ାଯାଇଥିଲେ ବି ତଦନ୍ତର ଅଗ୍ରଗତି ଯାହା ତା ଉପରେ ବି ପରିବାରର ଭରସା ନାହିଁ।</p> <p>ହେଲେ ମୂଳ ତଦନ୍ତକୁ ଛାଡ଼ି କ୍ରାଇମ୍&zwnj;ବ୍ରାଞ୍ଚ ଏବେ କିନ୍ତୁ ଓଟିଭି ପଛରେ ପଡ଼ିଯାଇଛି । ଫୋରେସିକ୍&zwnj; ଲାବ୍ ରିପୋର୍ଟରେ ଅସଙ୍ଗତି ନେଇ ଓଟିଭିର ଖୁଲାସା ପରେ ଓଟିଭି ହାତରେ ରିପୋର୍ଟ କେମିତି ଲାଗିଲା ? ଜାନୁଆରୀ ୨୫ ରେ ପ୍ରସାରିତ ଏକ୍ସକ୍ଲୁସିଭ୍ ନ୍ୟୁଜ୍&zwnj; ରିପୋର୍ଟର ଉତ୍ସ କିଏ ? ତାକୁ ଖୋଜିବାରେ ଯେମିତି ସବୁ କଳବଳ କୌଶଳ ଲଗେଇ ଦେଇଛି କ୍ରାଇମବ୍ରାଞ୍ଚ। ସେପଟେ କୁନ୍ଦୁଲି ମାମଲା ବିଭିନ୍ନ ସ୍ତରରେ ତଦନ୍ତ କରିଥିବା ଅଧିକାରୀ ଓ ସଂସ୍ଥାଙ୍କୁ ସେମାନଙ୍କ ରିପୋର୍ଟ, ତଥ୍ୟ ପ୍ରମାଣ ସହ ଆସନ୍ତା ୧୬ ତାରିଖ ସୁଦ୍ଧା ତଦନ୍ତ କମିଶନଙ୍କ ନିକଟରେ ଦାଖଲ ପାଇଁ କୁହାଯାଇଥିବା ସରକାରୀ ଓକିଲ କହିଛନ୍ତି। ତେବେ ମିଡିଆର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ବଦଳରେ ତଦନ୍ତକାରୀ ସଂସ୍ଥା କୁନ୍ଦୁଲି ରହସ୍ୟ ଉନ୍ମୋଚନ ଉପରେ କେବେ ଅଧିକ ଧ୍ୟାନ ଦେଉଛି ଏବେ ତା&rsquo; ଉପରେ ସାରା ରାଜ୍ୟବାସୀଙ୍କ ନଜର।</p>

Related story